Categories: ଜାତୀୟ

ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛନ୍ତି ଆଦିବାସୀ ସଂଗଠନ

ରାଞ୍ଚି,୧।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବାକୁ ବିରୋଧ କରି ଗୁରୁବାର ଅନେକ ଆଦିବାସୀ ସଂଗଠନ ପକ୍ଷରୁ ରାଜ୍ୟବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ୧୫-୨୦ ଆଦିବାସୀ ସଂଗଠନ ସାମିଲ ହେବେ। ଯାଞ୍ଚରେ ସୋରେନ୍‌ ସହଯୋଗ କରିବା ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇଥିବାକୁ ସେମାନେ ବିରୋଧ କରୁଥିବା କୁହାଯାଇଛି। ତେବେ ବନ୍ଦ ସମୟରେ ଜରୁରିକାଳୀନ ସେବାଗୁଡ଼ିକ ସହ ସ୍କୁଲ ଖୋଲା ରହିବ ବୋଲି ଜଣାପଡ଼ିଛି।

କହିରଖୁଛୁ, ହେମନ୍ତ ସୋରେନ୍‌ଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ବୁଧବାର ୭ ଘଣ୍ଟାରୁ ଅଧିକ ସମୟ ଯାଏ ଜେରା କରାଯାଇଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇଛି। ତେବେ ରାତିରେ ରାଜଭବନ ଯାଇ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ୍‌ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଏଥିସହ ସେ ରାଜ୍ୟର ଷଷ୍ଠ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବାକୁ ଯାଉଛନ୍ତି।

Share