Categories: ଜାତୀୟ

ନିର୍ବାଚନ ପାଇଁ ରଣନୀତି ଆରମ୍ଭ, ମୋଦିଙ୍କ ସଙ୍କଟମୋଚକ ସାଜିବେ ଚମ୍ପାଇ! ଏମିତି ରହିଛି ରାଜନୈତିକ ସମୀକରଣ

ରାଞ୍ଚି,୧୬।୧୦: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ବିଗୁଲ ବାଜିସାରିଛି। ତେବେ ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ରଣନୀତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ହେଉଛି ଝାଡଖଣ୍ଡର କୋହ୍ଲାନ। କୁହାଯାଏ ଯେ ଝାଡଖଣ୍ଡରେ କ୍ଷମତାର ରାସ୍ତା କୋହ୍ଲାନ ଦେଇ ଯାଇଥାଏ। କୋହ୍ଲାନ ଝାଡଖଣ୍ଡର ପାଞ୍ଚଟି ଡିଭିଜନ ମଧ୍ୟରୁ ଗୋଟିଏ, ଯେଉଁଠାରେ ସମୁଦାୟ ୧୪ଟି ବିଧାନସଭା ଆସନ ଅଛି। ଯେଉଁଥିରେ ଜୁଗସଲାଇ, ଜଗରନାଥପୁର, ମନୋହରପୁର, ଚକ୍ରଧରପୁର, ଇଚାଗଡ, ଜାମସେଦପୁର ପୂର୍ବ, ସରାୟକେଲା, ଜାମସେଦପୁର ପଶ୍ଚିମ, ପୋଟକା, ଘାଟାସିଲା, ଚାଇବାସା, ମଜଗାଓଁ, ଖାରସାବା ବିଧାନସଭା ଆସନ ଅନ୍ତର୍ଭୁକ୍ତ। ୨୦୧୯ ବିଧାନସଭା ନିର୍ବାଚନରେ ଭାଜପା ଏହି ୧୪ଟି ଆସନରେ ଖାତା ଖୋଲି ପାରିନଥିଲା। ତେବେ ଜେଏମଏମ ପାଇଁ ମଧ୍ୟ ଲଢେଇ ସହଜ ନ ଥିଲା। କାରଣ ଭାରତୀୟ ଜନତା ପାର୍ଟି ଅନେକ ଆସନରେ ଦ୍ୱିତୀୟ ସ୍ଥାନରେ ଥିଲା ଆଉ ବହୁତ କମ ବ୍ୟବଧାନରେ ହାରି ଯାଇଥିଲା। ତେବେ ଏଥର କୋହ୍ଲାନର ବାଘ କୁହାଯାଉଥିବା ଚମ୍ପାଇ ସୋରେନ ଭାଜପା ସହ ଅଛନ୍ତି। ତେଣୁ ଦଳ ନିଶ୍ଚିତ ଭାବେ ଆଶା କରିବ ଯେ ଚମ୍ପାଇ ସୋରେନ ଏହି ୧୪ଟି ଆସନରେ ସଙ୍କଟମୋଚକ ଭାବରେ କାର୍ଯ୍ୟ କରିବେ।

ଯଦିଓ ସେହି ସମୟରେ ଭାଜପା ଦ୍ୱିତୀୟ ସ୍ଥାନରେ ଥିଲା। ସେତେବେଳେ JVM ଏବଂ AJSU ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା। କିନ୍ତୁ ଏଥର ଜେଭିଏମ ଭାଜପା ସହ ମିଶିଛି ଏବଂ ବାବୁଲାଲ ମାରାଣ୍ଡି ହେଉଛନ୍ତି ଭାଜପାର ରାଜ୍ୟ ସଭାପତି। ଏହା ବ୍ୟତୀତ AJSU ମଧ୍ୟ ବିଧାନସଭା ନିର୍ବାଚନରେ ଏନଡିଏ ସହିତ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଜେଡିୟୁ ଏବଂ ଚିରାଗ ପାସୱାନଙ୍କ ଏଲଜେପି ମଧ୍ୟ ଭାଜପା ସହ ଅଛି। ଏଭଳି ପରିସ୍ଥିତିରେ ଗ୍ରାଣ୍ଡ ଆଲାଇନ୍ସ ଅପେକ୍ଷା ଭାଜପା ଅଧିକ ଶକ୍ତିଶାଳୀ ମନେହୁଏ। ଭାଜପା ନିଶ୍ଚିତ ଭାବରେ ସେହି ଆସନ ଜିତିବାକୁ ଚେଷ୍ଟା କରିବ ଯେଉଁଠାରେ AJSU ଏବଂ JVM କାରଣରୁ ଦ୍ୱିତୀୟ ସ୍ଥାନରେ ଥିଲା।

Share