Categories: ଜାତୀୟ

ଝାଡ଼ଖଣ୍ଡରେ ମହିଳାଙ୍କୁ ଗଣବଳାତ୍କାର : ରିପୋର୍ଟ ତଲବ କଲା ଏନ୍‌ସିଡବ୍ଲ୍ୟୁ

ନୂଆଦିଲ୍ଲୀ,୧୦।୧୨- ଝାଡ଼ଖଣ୍ଡର ଡୁମକା ଜିଲାରେ ଜଣେ ମହିଳାଙ୍କୁ ୧୭ ଜଣ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି। ରାଜ୍ୟ ପୋଲିସକୁ ଏହି ଘଟଣାର ରିପୋର୍ଟ ତଲବ କରିଛି ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ)। ଗଣବଳାତ୍କାର ମାମଲାର ତଦନ୍ତ ୨ ମାସ ମଧ୍ୟରେ ଶେଷ କରିବା ପାଇଁ ଏନ୍‌ସିଡବ୍ଲ୍ୟୁ ପୋଲିସକୁ କହିଛି।

ରିପୋର୍ଟ ଅନୁସାରେ, ମଙ୍ଗଳବାର ରାତିରେ ସ୍ବାମୀଙ୍କ ସହ ଜୈନିକ ମହିଳା ମାକେର୍ଟରୁ ଫେରୁଥିଲେ। ଏହି ସମୟରେ ୧୭ ଜଣ ମଦ୍ୟପ ଦୁର୍ବୁତ୍ତ ସ୍ବାମୀଙ୍କୁ ବନ୍ଧକ ରଖି ମହିଳାଙ୍କୁ ଗଣବଳାତ୍କାର କରିଥିଲେ।

ଏହି ମାମଲାକୁ ନେଇ ଜାତୀୟ ମହିଳା ଆୟୋଗ ଚିନ୍ତା ପ୍ରକଟ କରିଛି। ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷ ରେଖା ଶର୍ମା  ଝାଡ଼ଖଣ୍ଡର ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ଚିଠି ଲେଖିଛନ୍ତି। ଗୃହ ମନ୍ତ୍ରଣାଳୟର ଗାଇଡ୍‌ ଲାଇନ୍‌ ଅନୁସାରେ ତଦନ୍ତ ପ୍ରକ୍ରିୟାକୁ ୨ ମାସ ମଧ୍ୟରେ ଶେଷ କରିବାକୁ କହିଥିବା ମହିଳା ଆୟୋଗ ପକ୍ଷରୁ କୁହାଯାଇଛି।

Share