Categories: ଜାତୀୟ

ମାଲିରେ ଫସିଛନ୍ତି ଝାଡ଼ଖଣ୍ଡର ୩୩ ଶ୍ରମିକ

ରାଞ୍ଚତ୍,୨୪ା୧: ଆଫ୍ରିକୀୟ ଦେଶ ମାଲିରେ ବିଦ୍ୟୁତ୍‌ ଲାଇନ ବିଛାଯିବା କାମରେ ନିୟୋଜିତ ଝାଡଖଣ୍ଡର ୩୩ ଶ୍ରମିକ ଫସିଛନ୍ତି। ସେମାନେ ଭାରତ ଫେରିବା ପାଇଁ କେନ୍ଦ୍ର ସରକାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହାୟତା ଲୋଡ଼ିଛନ୍ତି। କର୍ମଚାରୀଙ୍କ ସହ ସମ୍ପାଦିତ ଚୁକ୍ତିନାମା ପୂରଣ କରିବାରେ କମ୍ପାନୀ ବିଫଳ ହୋଇଛି। ଚୁକ୍ତି ଅନୁଯାୟୀ ଶ୍ରମିକମାନଙ୍କ ଅକ୍ଟୋବର ଓ ନଭେମ୍ବର ମାସର ବକେୟା ପ୍ରାପ୍ୟ ଭାରତୀୟ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ସହ ଡିସେମ୍ବର ମାସ ଦରମାରେ ବୋମାକୋରୁ ନୂଆଦିଲ୍ଲୀ ଓ ସେଠାରୁ ରାଞ୍ଚତ୍କୁ ବିମାନ ଟିକେଟ ବ୍ୟବସ୍ଥା କରାଯିବା କଥା। ଏଥିସହିତ ସେମାନଙ୍କୁ ଖାଦ୍ୟ ଓ ଜରୁରୀ ଆବଶ୍ୟକତା କମ୍ପାନୀ ଯୋଗାଇ ଦେବା ଲାଗି ଚୁକ୍ତି ହୋଇଥିଲା। ହେଲେ କମ୍ପାନୀ ସେମାନଙ୍କୁ ବେତନ ପୈଠ କରିନି କି ବିମାନ ଟିକେଟ ବ୍ୟବସ୍ଥା କରିନାହିଁ। ରାଶନ ସରିଯିବାରୁ ସେମାନେ ଅସୁବିଧାରେ ଥିବାରୁ ମାଲିରୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାରେ ସହାୟତା ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

Share