ରାଞ୍ଚି,୨୧ା୫: ପିପୁଲ୍ସ ଲିବରେଶନ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲ୍ଏଫ୍ଆଇ) ସଂଗଠନର ମୁଖ୍ୟ ଦିନେଶ ଗୋପଙ୍କୁ ନେପାଳରୁ ଗିରଫ କରାଯାଇଛି। ତାଙ୍କୁ ଧରିବା ପାଇଁ ଏନ୍ଆଇଏ ଏବଂ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଗୋପ ସମ୍ପର୍କରେ ସୂଚନା ଦେଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଝାଡ଼ଖଣ୍ଡ ପୋଲିସ ଘୋଷଣା କରିଥିଲା।