ଝାରସୁଗୁଡ଼ା ଉପନିର୍ବାଚନ: ୧୨ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ବର, ୭।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ନେତାଙ୍କୁ ବ୍ଲକସ୍ତରରେ ଶୁକ୍ରବାର ଦାୟିତ୍ୱ ଦିଆଯାଇଛି। ମୋଟ ୧୨ ଜଣ ପର୍ଯ୍ୟବେକ୍ଷକ ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲଟିସ୍ତରରେ ନିଯୁକ୍ତି ପାଇଛନ୍ତି ।
କିରିମିରା ବ୍ଲକ ପାଇଁ ଅତନୁ ସବ୍ୟସାଚୀ ନାୟକ ଏବଂ ଟୁକୁନି ସାହୁଙ୍କୁ ଦାୟିତ୍ୱ ମିଳିଛି।
ସେହିଭଳି କୋଲାବିରା ପାଇଁ ନିରଞ୍ଜନ ପୂଜାରୀ ଓ ସରୋଜ ମେହେର, ଝାରସୁଗୁଡା ବ୍ଲକ ପାଇଁ ପଦ୍ମନାଭ ବେହେରା ଏବଂ ଅରୁଣ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି ।
ଅନ୍ୟପକ୍ଷେ ଲଇକେରା ବ୍ଲକ ପାଇଁ ପ୍ରତାପ କେଶରୀ ଦେବ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ଝାରସୁଗୁଡା ମ୍ୟୁନିସିପାଲିଟି ପାଇଁ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଏବଂ ରୀତା ସାହୁଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି।

Share