Categories: ଖେଳ

ଝାରସୁଗୁଡ଼ା ଚାମ୍ପିୟନ, ଖୋର୍ଦ୍ଧା ରନରଅପ୍‌

ବାଲୁଗଁା,୨୮ା୮(ସଂଗ୍ରାମ ପାଇକରାୟ): ବାଲୁଗଁ। ଅଶୋକନଗର ସ୍ଥିତ ବଣିକ ସଂଘ ଗୃହ ପରିସରରେ ଖୋର୍ଦ୍ଧା ଜିଲା ପେନ୍‌ଚାକ୍‌ ସିଲାଟ୍‌ ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ଦୁଇ ଦିନିଆ ଷଷ୍ଠ ଇଣ୍ଡୋନେସିଆନ୍‌ ମାର୍ଶଲ ଆର୍ଟ ଚାମ୍ପିୟନଶିପ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି।

ରବିବାର ଅନୁଷ୍ଠିତ ଫାଇନାଲ ପ୍ରତିଯୋଗିତାରେ ଝାରସୁଗୁଡ଼ା ଚାମ୍ପିୟନ ହୋଇଥିବା ବେଳେ ଖୋର୍ଦ୍ଧା ରନରଅପ୍‌ ଏବଂ ଯାଜପୁର ତୃତୀୟ ସ୍ଥାନ ଅଧିକାର କରିଛି। ଉଦ୍‌ଯାପନୀ ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅତିଥିଭାବେ ବାଲୁଗଁ।

ଏନ୍‌ଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ପୂର୍ବତନ ପିସିସି ସମ୍ପାଦକ ଅଲେଖ ଚନ୍ଦ୍ର ସାମଲ, ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ସଭାପତି ସଚିନ ମହାପାତ୍ର, ରାଜ୍ୟ କ୍ରୀଡ଼ା ବିଭାଗ ଅଧିକାରୀ ସନାତନ ସାହୁ, ନରେନ ପାତ୍ର, ଚିଲିକା ପ୍ରେସ୍‌ କ୍ଲବ ସଭାପତି ପ୍ରକାଶ କୁମାର ପ୍ରଧାନ, ଓଡ଼ିଶା ପେନ୍‌ଚାକ୍‌ ସିଲାଟ୍‌ ଆସୋସିଏଶନର ସଭାପତି ତାପସ କୁମାର ରାୟଚୌଧୁରୀ, ସାଧାରଣ ସମ୍ପାଦକ ଗୁରୁ ପ୍ରେମସିଂ ଥାପା, ଖୋର୍ଦ୍ଧା ଜିଲା ଅନୁଷ୍ଠାନର ସଭାପତି ସାରଦା ପ୍ରସନ୍ନ ଦାସ, ବନମାଳୀ ସାହୁ, ସମ୍ପାଦକ ଜିତେନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗଦେଇ ବିଜୟୀ ଟିମ୍‌ ସହ ପ୍ରତ୍ୟେକ ଜିଲାର ଉକୃଷ୍ଟ କୌଶଳ ପ୍ରଦର୍ଶନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

Share