୮ ଘଣ୍ଟିଆ ଝାରସୁଗୁଡା ବନ୍ଦ : ଅଞ୍ଚଳରେ ପ୍ରଭାବ

ଝାରସୁଗୁଡା ଅଫିସ, ୬।୧୧: ଭାଜପା ତରଫରୁ ଶନିବାର ଝାରସୁଗୁଡ଼ା ଜିଲା ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲା ମମିତା ମେହେରଙ୍କ ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ଭାଜପା ନେତା ଓ କର୍ମୀମାନେ ବିଭିନ୍ନ ଅଞ୍ଚଳରେ ପିକେଟିଂ କରି ବନ୍ଦ କରିଥିଲେ। ଏହି ବନ୍ଦ ପ୍ରଭାବ ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ, ଲଖନପୁର, ଲଇକେରା, କୋଲାବିରା ଓ କର୍ମିରା ପୌରାଞ୍ଚଳ ଓ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଥିଲା ।

Share