ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ କହିଛନ୍ତି, ଯିଏ ଦୁଇ ଦିନ କାମ କରିନି ତାକୁ ଆଣି ସାମନାରେ ଛିଡା କରି ଦେଉଛନ୍ତି। ହେଲେ ଯିଏ ବର୍ଷ ବର୍ଷ ଧରି କାମ କରି ଚାଲିଛି ତାର କିଛି ମୂଲ୍ୟ ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ଦଳ ଛାଡିଛି।