ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଦୁର୍ନୀତିଗ୍ରସ୍ତ ଓ ଅମାନିଆ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ଝାରସୁଗୁଡ଼ା ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ କାରଣ ପାଇଁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା, ସରକାରୀ ନିର୍ଦ୍ଦେଶନାମାର ଅବମାନନା, କାର୍ଯ୍ୟକ୍ଷେତ୍ରରେ ଖରାପ ପ୍ରଦର୍ଶନ ଏବଂ ବିଭିନ୍ନ କାର୍ଯ୍ୟକ୍ରମଗୁଡିକର ଧାର୍ଯ୍ୟଲକ୍ଷ୍ୟ ପୂରଣ ନ କରିବା ଏବଂ କାର୍ଯ୍ୟ ନ କରାଇବା ଆଦି ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତିକୁ କଡାକଡି ଭାବେ ପାଳନ କରିବାକୁ ଯାଇ ଏଭଳି ପଦକ୍ଷେପ ନିଆଯାଇଛି। ଏଥିସହିତ ରାଜ୍ୟର ସମସ୍ତ ପୌର ପ୍ରଶାସନ ଉପରେ ନଜର ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share