ଝାରସୁଗୁଡ଼ା ଅଫିସ,୨୮ା୮: ଝାରସୁଗୁଡ଼ା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି। ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଉ ଥିବାରୁ ଜିଲା ପ୍ରଶାସନ ଏହାକୁ ରୋକିବା ପାଇଁ ପଦକ୍ଷେପ ନେଇଛି। ପଦକ୍ଷେପ ସ୍ବରୂପ ୭ ଦିନ ପାଇଁ ଝାରସୁଗୁଡ଼ା ସହରକୁ ଶଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲାପାଳ ସରୋଜ କୁମାର ସାମଲ। ଆସନ୍ତା ୩୦ରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ଶଟ୍ଡାଉନ୍ ପାଳନ ହେବ। ଏହି ସମୟରେ ସକାଳ ୬ରୁ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକ ଖୋଲା ରହିବ। କେବଳ ମେଡିସିନ ଦୋକାନ ଏବଂ ବ୍ୟାଙ୍କ ପୂର୍ବ ଭଳି ଖୋଲା ରହିବ। ରେଳ ବିଭାଗ କର୍ମଚାରୀ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ।
ତେବେ ୨୯ ତାରିଖ ଶନିବାର ସହରରେ ସାପ୍ତାହିକ ଶଟ୍ଡାଉନ୍ ପାଳନ ହେବ ନାହିଁ ବୋଲି ସେ ଜଣାଇଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଝାରସୁଗୁଡ଼ା