ଝାରସୁଗୁଡ଼ାରେ ହେବ ଏନ୍‌ସିସି ଏୟାର୍‌ ଓ୍ବିଙ୍ଗ୍‌ କେନ୍ଦ୍ର

ଝାରସୁଗୁଡ଼ା ଅଫିସ୍‌,୬ା୩: ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଏନ୍‌ସିସି ଏୟାର୍‌ ଓ୍ବିଙ୍ଗ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ମାଳିମୁଣ୍ଡା ନିକଟରେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ଦ୍ୱିତୀୟ ବାଟାଲିଅନ୍‌ କମାଣ୍ଡିଂ ଅଫିସର ମନୋଜ କୁମାର ପୁରୋହିତ ମୁଖ୍ୟଅତିଥି ଓ ସ୍ଥାନୀୟ ଲକ୍ଷ୍ମୀନାରାୟଣ କଲେଜ୍‌ ଏନ୍‌ସିସି ଅଫିସର ଲେଫ୍ଟନାଣ୍ଟ ମାନସ କୁମାର ଆଚାର୍ଯ୍ୟ, କର୍ନେଲ୍‌ ଗ୍ରୁପ୍‌ କମାଣ୍ଡର୍‌ ଏନ୍‌ସିସି ସମ୍ବଲପୁର ଏ ଏସ୍‌ ଏନ୍‌ ରାଓ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି କେନ୍ଦ୍ରରେ ଭାରତୀୟ ଆକାଶ ବାହିନୀର ଉଇଙ୍ଗ୍‌ କମାଣ୍ଡର୍‌ ଦେବାଶିଷ ମଙ୍ଗରାଜ ନିଯୁକ୍ତି ପାଇଥିବା ଜଣାପଡିଛି। କେନ୍ଦ୍ରରେ ପଶ୍ଚିମ ଓଡିଶାର ସମୁଦାୟ ୧୨ଜିଲାର ୨୩ଶହ ଛାତ୍ରୀଛାତ୍ର ଉଠାଣ, ଡ୍ରିଲ୍‌, ଆକାଶ ଉପରେ ବିଭିନ୍ନ ସମସ୍ୟା ଓ ତା’ର ସାମାଧନ, ଆକାଶ ଛତା, ଛୋଟ ଉଡାଜାହାଜ ଉଡାଣ ଆଦି ସମ୍ପର୍କରେ ଶିକ୍ଷା ଅର୍ଜନ କରିବେ। ଫଳରେ ଦେଶସେବା, ଜାଗୃତ ନାଗରିକ ଗଠନ ଆଦି ସୁବିଧାସୁଯୋଗ ମିଳିପାରିବ ବୋଲି କର୍ନେଲ ତଥା ଗ୍ରୁପ୍‌ କମାଣ୍ଡର ରାଓ ତାଙ୍କ ବକ୍ତବ୍ୟରେ କହିଛନ୍ତି। କାର୍ଯ୍ୟକ୍ରମରେ ଏଲ୍‌ ଏନ୍‌ କଲେଜର ସ୍ଥଳ ଓ ନୌସେନା ବାହିନୀର ଛାତ୍ରୀଛାତ୍ର ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ବର୍ଡର ତେଲଙ୍ଗାନା ଭେଜେଡୁ ମଣ୍ଡଳ ପେରୁ ଗ୍ରାମର ଉଇକା ରମେଶ ଏବଂ ଉଇକା ଅର୍ଜୁନଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି।...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ, ପିଚୁ ରାସ୍ତା ଉପରେ...

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର, ଅବସର ପରେ ମିଳିବ…

ଭୁବନେଶ୍ୱର,୨୨।୧୧: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର। ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ। ଏନେଇ...

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

ବିଇଏମ୍‌ସି ବୈଠକରେ ପ୍ରବଳ ହଟ୍ଟଗୋଳ: ରାସନ କାର୍ଡ ମହିଳା କର୍ମଚାରୀଙ୍କୁ ଘେରିଲେ କର୍ପୋରେଟର

ବ୍ରହ୍ମପୁର,୨୨ା୧୧(ସ୍ମୃତି ରଂଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ଶୁକ୍ରବାର ସାଧାରଣ ବୈଠକରେ କର୍ପୋରେଟରଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ବୈଠକରେ ନିଗମର ରାସନ କାର୍ଡ ଓ...

ବ୍ଲକ ପରିସରରେ ଶିକ୍ଷାବିତ, ସମିତି ସଭ୍ୟ ହତାହାତି

ଡେରାବିଷ, ୨୨।୧୧ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଷ ବ୍ଲକ ପରିସରରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ଲକ ପରିସରରେ ସମିତି...

ସକ୍ରିୟ ହେଲା ଘୂର୍ଣ୍ଣିବଳୟ: ୨୩ରେ ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହୋଇ…

ଭୁବନେଶ୍ୱର,୨୨।୧୧: ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି। ୨୩ ତାରିଖ...

ରାସ୍ତା ମଝିରେ କାର୍‌ ଛାଡ଼ି ଡ୍ରାଇଭର ଫେରାର: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୨।୧୧: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ଉପରେ ଶୁକ୍ରବାର କେହି ଜଣେ କାର୍‌ ଥୋଇ ପଳାଇଛନ୍ତି। ଫଳରେ ରାସ୍ତା ଉପରେ ଅଜଣା କାର୍‌କୁ ନେଇ ସନ୍ଦେହ ଘନିଭୂତ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri