ମା’ ହେଲେ ଝିଲିକ୍‌

ଭୁବନେଶ୍ୱର: ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବୁଧବାର ଝିଲିକ ଦୁଇ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ସବୁଠୁ ଖୁସିର କଥା ଝିଲିକ୍‌ଙ୍କ ତାଙ୍କ ଜନ୍ମଦିନରେ ଏହି ଯାଆଁଳା ଶିଶୁକନ୍ୟାଙ୍କ ମା’ ହୋଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଦୁଇ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଏବଂ ଦୁଇ ପିଲା ସୁସ୍ଥ ଅଛନ୍ତି।

୨୦୨୦ରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବିବାହ କରିଥିଲେ ଝିଲିକ୍‌। ବିବାହର ୨ ବର୍ଷ ପରେ ଘଡ଼େଇ ପରିବାରକୁ ଖୁସି ଆଣି ଦେଇଛନ୍ତି ଝିଲିକ୍‌। ସେ କୋଲକାତାର ଝିଅ ହୋଇଥିଲେ ମଧ୍ୟ ଓଡ଼ିଆ ଘରର ବୋହୂ ହୋଇ ଓଡ଼ିଆ ପରମ୍ପରାକୁ ବେଶ୍‌ ଆପଣାଇ ନେଇଛନ୍ତି। ଝିଲିକ୍‌ ବେଙ୍ଗଲି ଅଭିନେତ୍ରୀ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି।

ଝିଲିକ୍‌ ତାଙ୍କ ଜନ୍ମଦିନରେ ଯମଜ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share