ମା’ ହେବେ ଝିଲିକ୍‌

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ବିବାହର ଦୁଇ ବର୍ଷ ପରେ ଖୁସି ଖବର ଦେଇଛନ୍ତି।  ବଙ୍ଗୀୟ ସୁନ୍ଦରୀ ଝିଲିକ୍‌ ୨୦୨୦ ମସିହାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରଠାରୁ ଓଲିଉଡ୍‌ରୁ ଦୂରେଇ ଯାଇଥିଲେ ଝିଲିକ୍‌। ତେବେ ଝିଲିକ୍‌ ଫିଲ୍ମଠାରୁ ଦୂରେଇ ଯିବାର ସତ୍ୟତା ଏବେ ସାମ୍ନାକୁ ଆସିଛି।

ସେ ମା’ ହେବାକୁ ଯାଉଛନ୍ତି। ତାଙ୍କର ସାଦଖିଆ ବି ସରିଛି। ଝିଲିକ୍‌ ଏହି ସାଦଖିଆର ଫଟୋ ଏବଂ ଭିଡିଓ ତାଙ୍କ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କ ପାଇଁ ଶେୟାର କରିଛନ୍ତି। ଏହି ଉତ୍ସବରେ ଝିଲିକ୍‌ଙ୍କ ସ୍ବାମୀ, ଶାଶୁ, ଶ୍ୱଶୁର ଏବଂ ଓଲିଉଡ୍‌ର କିଛି କଳାକାରଙ୍କୁ ଦେଖିବାକୁ ମିଳିଛି।

ଝିଲିକ୍‌ ୨୦୧୩ ମସିହାରେ ଓଲିଉଡ୍‌ରେ ପାଦ ଥାପିଥିଲେ। ସେହିଦିନଠାରୁ ସେ ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି। ପ୍ରୀତିରଞ୍ଜନଙ୍କୁ ବିବାହ କରିବା ପରଠାରୁ ଆଉ ଓଡ଼ିଆ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିନି।

Share