Categories: ଖେଳ

ଝୁଲଣଙ୍କୁ ‘ଡବଲ୍‌’ ଦାୟିତ୍ୱ: ମୁମ୍ବାଇ ଇଣ୍ଡିଆନ୍ସ ପରାମର୍ଶଦାତା-ବୋଲିଂ କୋଚ୍‌ ନିଯୁକ୍ତ

ନୂଆଦିଲ୍ଲୀ,୫।୨: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଭେଟେରାନ ବୋଲର୍‌ ଝୁଲଣ ଗୋସ୍ବାମୀଙ୍କୁ ଆସନ୍ତା ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁଏଏଲ୍‌)ର ଉଦ୍‌ଘାଟନୀ ସିଜନ ଲାଗି ମୁମ୍ବାଇ ଇଣ୍ଡିଆନ୍ସର ପରାମର୍ଶଦାତା ଏବଂ ବୋଲିଂ କୋଚ୍‌ ଭାବେ ନିଯୁକ୍ତି ମିଳିଛି। ସେହିଭଳି ଫ୍ରାଞ୍ଚାଇଜ୍‌ ଇଂଲଣ୍ଡ ମହିଳା ଦଳର ପୂର୍ବତନ ଅଧିନାୟକ ଚାର୍ଲୋଟ ଏଡଓ୍ବାର୍ଡସ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି।

୨୦୨୨ ଇଂଲଣ୍ଡ ବିପକ୍ଷ ଭାରତର ସିରିଜ ପରେ ଝୁଲଣ ସନ୍ନ୍ୟାସ ନେଇଥିଲେ। ତାଙ୍କର ଦୁଇ ଦଶନ୍ଧିରୁ ଅଧିକ ସମୟ ଚାଲିଥିବା କ୍ୟାରିୟରରେ ସେ ୩୫୦ରୁ ଅଧିକ ଉଇକେଟ ନେଇଛନ୍ତି। ମହିଳା ଦିନିକିଆ ବିଶ୍ୱକପରେ ଇତିହାସରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ତାଙ୍କ ନାମରେ ରହିଛି।

Share