Categories: ଖେଳ

ସନ୍ନ୍ୟାସ ନେଇ ଘୋଷଣା କଲେ ଭାରତର କିମ୍ବଦନ୍ତୀ ମହିଳା କ୍ରିକେଟର

ନୂଆଦିଲ୍ଲୀ,୨୩।୯: ଭାରତୀୟ କିମ୍ବଦନ୍ତୀ ମହିଳା ପେସର୍‌ ଝୁଲନ ଗୋସ୍ବାମୀ ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶନିବାର(ସେପ୍ଟେମ୍ବର ୨୪)ରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ତାଙ୍କର ଶେଷ ମୁକାବିଲା ହେବ ବୋଲି ସେ ଘୋଷଣା କରିଛନ୍ତି। ଦୀର୍ଘଦିନରୁ ସେ ଅବସର ନେଇ ପାରନ୍ତି ବୋଲି କୁହାଯାଉଥିଲା। ଶେଷରେ ମହାନ ପେସର୍‌ ନିଜେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି।

ତେବେ ଝୁଲନ ୨୦୨୩ରେ ହେବାକୁ ଥିବା ମହିଳା ଆଇପିଏଲ୍‌ର ପ୍ରଥମ ସିଜନ ଖେଳିପାରନ୍ତି। କାରଣ ସେ କେବଳ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ବିସିସିଆଇର ଘୋଷଣା ପରେ ସେ ଆଇପିଏଲ୍‌ରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରିବେ ବୋଲି ମଧ୍ୟ ସେ କହିଛନ୍ତି।

Share