ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଝୁଲଣ ଯାତ୍ରା

ପୁରୀ,୨୬।୮: ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠବାଡିରେ ଶନିବାରଠାରୁ ଝୁଲଣ ଯାତ୍ରାର ମାହୋଲ ଆରମ୍ଭ ହୋଇଛି । ଏହି ଯାତ୍ରା ସାତଦିନ ଧରି ଚାଲିବ । ତେବେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଝୁଲଣକୁଞ୍ଜକୁ ବିଜେ କରିବେ ।
ଶ୍ରୀମନ୍ଦିର ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣ କୁଞ୍ଜରେ ପ୍ରଭୁ ମଦନମୋହନ ପ୍ରମୁଖ ରାସ କରିବେ ।