ଜିଆ ଖାନ୍‌ ଆତ୍ମହତ୍ୟା ମାମଲା: ଦୋଷମୁକ୍ତ ହେଲେ ପ୍ରେମିକ ସୂରଜ

ମୁମ୍ବାଇ,୨୮ା୪: ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ଶୁକ୍ରବାର ସିବିଆଇର ସ୍ବତନ୍ତ୍ର ଅଦାଲତ ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।

୨୦୧୩ ଜୁନ୍‌ ୩ରେ ଘଟିଥିବା ଏହି ଘଟଣାର ଫଇସଲା ହେବାକୁ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା। ୨୫ ବର୍ଷୀୟା ଅଭିନେତ୍ରୀ ଜିଆ ମୁମ୍ବାଇର ଜୁହୁ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏେନେଇ ତାଙ୍କ ପ୍ରେମିକ ସୂରଜଙ୍କୁ ଦୋଷୀ କରାଯାଇଥିଲା। ତେବେ ଜିଆ ଏବଂ ସୂରଜଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଜିଆ ଏକ ଚିଠିରେ ଲେଖିଥିଲେ। ଏହା ପରେ ପୋଲିସ ସୂରଜଙ୍କୁ ଗିରଫ କରିଥିଲା। ସେହିଦିନଠାରୁ ଉକ୍ତ ମାମଲା ଉପରେ ନିରନ୍ତର ଶୁଣାଣି କରାଯାଉଥିଲା। ତେବେ ପ୍ରମାଣ ଅଭାବରୁ ବିଚାରପତି ଏ. ଏସ୍‌. ସୟଦ ଆଜି ସୂରଜଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଛନ୍ତି।

Share