ଟାଇଗର-୩କୁ ଟକ୍କର ଦେବ ଜିଗର ଥଣ୍ଡା ଡବଲ ଏକ୍ସ, ୧୧ ସେପ୍ଟେମ୍ବରରେ ଟିଜର ଜାରି…

ମୁମ୍ବାଇ : ଏସଜେ ସୂର୍ଯ୍ୟ ଏବଂ ରାଘବ ଲରେନ୍ସଙ୍କ ଫିଲ୍ମ ଜିଗର ଥଣ୍ଡା ଡବଲ ଏକ୍ସ ସମ୍ପର୍କରେ ଘୋଷଣା ହେବା ଦିନଠାରୁ ଏହା ଚର୍ଚ୍ଚାରେ ରହି ଆସିଛି। କାର୍ତ୍ତିକ ସୁବରାଜଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଜିଗର ଥଣ୍ଡା ଡବଲ ଏକ୍ସର ସୁଟିଂ ମଦୁରାଇରେ ଶେଷ ହୋଇଥିଲା। ଚଳଚ୍ଚିତ୍ରର ଯାତ୍ରା ୨୦୧୪ ମସିହାରେ ଜିଗର ଥଣ୍ଡା ସହିତ ଆରମ୍ଭ ହୋଇଥିଲା। ଏଥି ସହିତ, ଏହି କାହାଣୀ ବର୍ତ୍ତମାନ ହାଇ ଅକ୍ଟେନ ଆକ୍ସନ ଏଣ୍ଟଟେନମେଣ୍ଟ ଜିଗର ଥଣ୍ଡା ଡବଲ ଏକ୍ସ ଭାବେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପରଦାରେ ଆସିବାକୁ ଯାଉଛି। ଏହି ଧାରାବାହିକରେ ଫିଲ୍ମର ଟିଜର ରିଲିଜରେ ଏକ ବଡ ଅପଡେଟ ଆସିଛି, ଯାହା ଏହାକୁ ଅପେକ୍ଷା କରିଥିବା ପ୍ରଶଂସକଙ୍କ କୌତୁହଳ ବଢ଼ାଇ ଦେଇଛି।
୨୦୧୯ରେ ରଜନୀକାନ୍ତଙ୍କ ଅଭିନୀତ ‘ପେଟା’ ରିଲିଜ ହେବା ପରେ କାର୍ତ୍ତିକ ସୁବରାଜଙ୍କର କୌଣସି ବ୍ଲକବଷ୍ଟର ଫିଲ୍ମ ନ ଥିଲା। ତେଣୁ, ଅନ୍ୟାନ୍ୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପରି କାର୍ତ୍ତିକ ମଧ୍ୟ ତାଙ୍କ କ୍ୟାରିୟରର ସବୁଠାରୁ ବଡ ବ୍ଲକବଷ୍ଟରଜିଗର ଥଣ୍ଡାର ଦ୍ୱିତୀୟ ଭାଗ କରିବାକୁ ଚେଷ୍ଟା କରିଛନ୍ତି। ନିର୍ଦ୍ଦେଶକ ଏହି ଫିଲ୍ମରେ ଅପଡେଟ ଶେୟାର କରି ଏକ ଟୁଇଟ କରିଛନ୍ତି। ଏଥିରେ ସେ କହିଛନ୍ତି ଏହାର ଟିଜର ସେପ୍ଟେମ୍ବର ୧୧ ରେ ୧୨ଟା ୧୨ ରେ ରିଲିଜ ହେବ। ଯାହା ଟିଜର ଅପେକ୍ଷା ଅଧିକ ଦମଦାର ହେବାକୁ ଯାଉଛି ।

ଫିଲ୍ମ ଜିଗର ଥଣ୍ଡା ଡବଲ ଏକ୍ସର ପୋଷ୍ଟର ଶେୟାର କରିବାବେଳେ ନିର୍ଦ୍ଦେଶକ କାର୍ତ୍ତିକ ସୁବରାଜ ହ୍ୟାସଟ୍ୟାଗ ମାଧ୍ୟମରେ ଲେଖିଛନ୍ତି, ଜିଗର ଥଣ୍ଡା ଡବଲ ଏକ୍ସ ଦୀପାବଳି ଅବସରରେ ପ୍ରେକ୍ଷାଳୟକୁ ଆସିବ। ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ମଧ୍ୟ ଦିୱାଲୀ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ବଡ ପରଦାରେ ଦୁଇଟି ଫିଲ୍ମ ମଧ୍ୟରେ କଡ଼ା ଟକ୍କର ହେବାର ଆଶା ରହିଛି।

ଦିୱାଲୀ ଅବସରରେ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ରାଘବ ଲରେନ୍ସ ଏବଂ ଏସ.ଜେ ସୂର୍ଯ୍ୟଙ୍କ ଅଭିନୀତ ଆକ୍ସନ ଡ୍ରାମା ଜିଗର ଥଣ୍ଡା ଡବଲ ଏକ୍ସ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ର ବିଷୟରେ ନିର୍ଦ୍ଦେଶକ କାର୍ତ୍ତିକ ସୁବରାଜ କହିଛନ୍ତି, ’ମୁଁ ଖୁସି ଦିୱାଲୀ ୨୦୨୩ ପାଇଁ ଜିଗର ଥଣ୍ଡା ଡବଲ ଏକ୍ସ ରିଲିଜ ତାରିଖ ଠିକ କରିପାରିଛୁ। ଏହା ଏକ ଉଚ୍ଚାଭିଳାଷୀ ପ୍ରୋଜେକ୍ଟ, ଯାହାର ପ୍ରଥମ ଭାଗ ଜିଗର ଥଣ୍ଡା ଦର୍ଶକଙ୍କ ଠାରୁ ଅପାର ପ୍ରେମ ଲାଭ କରିଥିଲା। ମୁଁ ନିଶ୍ଚିତ ଏହି ଚଳଚ୍ଚିତ୍ର ଏହାର ପ୍ରିକ୍ୱେଲର ଯୋଗ୍ୟ ଉତ୍ତରାଧିକାରୀ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍‌-ସଲମାନଙ୍କ ବ୍ରେକଅପ୍‌ ପଛର ପ୍ରକୃତ ସତ୍ୟ,ସୋହେଲ ଉଠାଇଲେ ପରଦା

ବମ୍ବେ: ଦିନ ଥିଲା ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ଥିଲେ ସଲମାନ ଖାନ୍‌ ଏବଂ ଐଶ୍ୱର୍ଯ୍ୟା ରାୟ। ସଞ୍ଜୟ ଲିଲା ବନ୍‌ଶାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ...

ଛାଡପତ୍ର ଗୁଜବ ଭିତରେ ଭୂକମ୍ପ ସୃଷ୍ଟି କଲା ଅଭିଷେକଙ୍କ ପୋଷ୍ଟ! କହିଲେ ଆଇ ୱାଣ୍ଟ ଟୁ ଟକ୍‌…

ମୁମ୍ବାଇ: ବଚ୍ଚନ ପରିବାର କିଛିଦିନ ହେବ ଛାଡପତ୍ର ଗୁଜବ କାରଣକୁ ଚର୍ଚ୍ଚାରେ ରହି ଆସିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ମତାନ୍ତର ଠାରୁ ଆରମ୍ଭ କରି...

ଭଉଣୀଙ୍କ ନଣନ୍ଦଙ୍କୁ ଭଲ ପାଇ ବସିଥିଲେ ପଙ୍କଜ ତ୍ରିପାଠୀ, ବିବାହର ୧୯ ବର୍ଷ ପରେ ବି ଆପଣାଇନାହାନ୍ତି ପରିବାର

ବମ୍ବେ: ସାଧାରଣତଃ ପ୍ରେମ ବିବାହରେ ଉଭୟ ପକ୍ଷଙ୍କ ପରିବାରକୁ ରାଜି କରାଇବା କଷ୍ଟକର ହୋଇଥାଏ। ଅଧିକାଂଶ ସମୟରେ ସହମତି ହୋଇ ନ ପାରିବାରୁ ପ୍ରେମୀଯୁଗଳ ପରିବାର...

ଅଭିଷେକଙ୍କ ଘର ଛାଡ଼ିବେ ଐଶ୍ୱର୍ଯ୍ୟା! ଝିଅଙ୍କ ସହ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କଠାରୁ ଅଲଗା ହେବା ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି। ଏମିତିରେ ଐଶ୍‌ ଖୁବ୍‌ଶୀଘ୍ର...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟ ଭାଇରାଲ ହେଉଛି ନିମ୍ରତ କୌରଙ୍କ କମେଣ୍ଟ: ଜାଣନ୍ତୁ କଲେ କହିଲେ…

ଆଜିକାଲି ଅଭିଷେକ ବଚ୍ଚନଙ୍କ ସହ ପ୍ରେମ ସମ୍ପର୍କର ଗୁଜବ ପାଇଁ ନିମ୍ରତ କୌର ଚର୍ଚ୍ଚାରେ ଅଛନ୍ତି। ନିମ୍ରତଙ୍କ କାରଣରୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଦାମ୍ପତ୍ୟ ଜୀବନରେ...

ଜୟା ବଚ୍ଚନଙ୍କ ମା’ଙ୍କ ନିଧନ ଖବର ମିଛ!

ବମ୍ବେ: ବଲିଉଡ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନଙ୍କ ମା’ ତଥା ଅମିତାଭ ବଚ୍ଚନଙ୍କ ଶାଶୁ ଇନ୍ଦିରା ଭାଦୁଡ଼ି ଅସୁସ୍ଥ। ଅଣ୍ଟା ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri