Categories: ମେଟ୍ରୋ

ଭୁବନେଶ୍ୱରରେ ଜିଗଲୋ ର଼୍ୟାକେଟ

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏବେ କେତେକ ଯୁବକ ଜିଗଲୋ(କଲ୍‌ ବୟ) ସାଜି ମହିଳାଙ୍କ ଯୌନ ଲାଳସା ମେଣ୍ଟାଉଛନ୍ତି। ଏହି ର଼୍ୟାକେଟ ପଛରେ ଥିବା ମାଷ୍ଟରମାଇଣ୍ଡ ଅନ୍‌ଲାଇନ୍‌ରେ କାରବାର କରୁଛନ୍ତି। ଏପରି କି ଏଭଳି କାରବାର ରାଜଧାନୀର ବଡ଼ ବଡ଼ ହୋଟେଲରେ ଚାଲୁଥିବା ସମ୍ପର୍କରେ ମାଷ୍ଟରମାଇଣ୍ଡ ଅନ୍‌ଲାଇନ୍‌ରେ ବିଜ୍ଞାପନ ମଧ୍ୟ ଦେଉଛନ୍ତି। ବିଜ୍ଞାପନ ଦେଖି କେତେଜଣ ଯୁବକ ଅର୍ଥ ଆଶାରେ ଜିଗଲୋସାଜି ଉକ୍ତ ର଼୍ୟାକେଟ ସହ ଯୋଡ଼ି ହେଉଛନ୍ତି। ଅନ୍ୟପକ୍ଷରେ କେତେକ ମହିଳା ମଧ୍ୟ ଏହି ଠକଙ୍କ ସାଇଟ୍‌କୁ ଯାଇ ଜିଗଲୋବୁକ୍‌ କରୁଛନ୍ତି। ମହିଳା ବୁକ୍‌ କରିଥିବା ହୋଟେଲର ରୁମ୍‌ ନମ୍ବର ଏବଂ ସମୟ ଜିଗ୍‌ଲୋଙ୍କ ଫୋନ୍‌କୁ ମେସେଜ କରି ଦିଆଯାଉଛି। ମେସେଜ ପାଇବା ପରେ ଜିଗଲୋଉକ୍ତ ରୁମ୍‌ରେ ପହଞ୍ଚତ୍ ଯାଉଛନ୍ତି। ଆଗ୍ରହୀ ମହିଳାଙ୍କୁ ହୋଟେଲରେ ସବୁ ସୁବିଧା ଯୋଗାଇ ଦେବାକୁ କହି ଅନ୍‌ଲାଇନ୍‌ରେ ଅତ୍ୟଧିକ ଟଙ୍କା ଲୁଟ୍‌ କରାଯାଉଛି। ଏପରି କି କେତେକ ସ୍ଥାନରେ ହୋଟେଲ୍‌ ବୁକ୍‌ କରା ନ ଯାଇ ମିଛରେ ହୋଟେଲ ନାମ ଦିଆଯାଉଛି। ଫଳରେ ଠକେଇର ଶିକାର ହେଉଥିବା ମହିଳାମାନେ ଲୋକଲଜ୍ଜା ଭୟରେ ଅଭିଯୋଗ କରିପାରୁ ନାହାନ୍ତି। ଗତ ୨୨ତାରିଖରେ ବଡ଼ଗଡ଼ ଥାନା କଳ୍ପନା ଛକ ନିକଟରେ ଥିବା ଏକ ହୋଟେଲକୁ ଜଣେ ଜିଗଲୋଯିବା ପରେ ଏଭଳି ର଼୍ୟାକେଟ ସମ୍ପର୍କରେ ଜଣାପଡ଼ିଛି। ଜଣେ ଜିଗଲୋହୋଟେଲ୍‌ରେ ପହଞ୍ଚତ୍ ଜନୈକା ମହିଳା ତାଙ୍କୁ ବୁକ୍‌ କରିଥିବା ସମ୍ପର୍କରେ କହିଥିଲେ। ଏପରି କି ଦୀପକ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଅନ୍‌ଲାଇନ୍‌ରେ ଏହି ବୁକ୍‌ ହୋଇଥିବା ଜିଗଲୋଜଣକ କହିଥିଲେ। ହେଲେ ହୋଟେଲରେ ସେପରି କେହି ମହିଳା ରୁମ୍‌ ବୁକ୍‌ କରି ନାହାନ୍ତି, କି ଏଠାରେ ସେଭଳି କାର୍ଯ୍ୟ ଚାଲୁ ନ ଥିବା ହୋଟେଲ୍‌ ରିସେପ୍ସନିଷ୍ଟ କହିଥିଲେ। ପରେ ମ୍ୟାନେଜର ଇଣ୍ଟରନେଟରେ ଯାଞ୍ଚ କରିବା ପରେ ତାଙ୍କ ହୋଟେଲର ନାମ ଦିଆଯାଇଥିବା ଜଣାପଡ଼ିଥିଲା। ଜିଗଲୋ’ର କଥା ଶୁଣିବା ପରେ ହୋଟେଲ କର୍ତ୍ତୃପକ୍ଷ ଇଣ୍ଟରନେଣ୍ଟରେ ଜିଗଲୋବୁକ୍‌ କରାଯାଉଥିବା ସାଇଟ୍‌ ଯାଞ୍ଚ କରିଥିଲେ। ତାଙ୍କ ହୋଟେଲକୁ ବଦନାମ କରାଯାଉଥିବା ନେଇ ହୋଟେଲ କର୍ତ୍ତୃପକ୍ଷ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ-୨୬୬/୨୦) ରୁଜୁ କରି ତଦନ୍ତ କରୁଛି। ଏନେଇ ବଡ଼ଗଡ଼ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି ଯେ,ହୋଟେଲରେ ଜିଗଲୋ ପହଞ୍ଚିବା ପରେ ଏଭଳି ର଼୍ୟାକେଟ ଚାଲୁଥିବା ପଦାକୁ ଆସିଛି। ଅଭିଯୋଗ ପରେ ମାମଲାର ତଦନ୍ତ କରାଯାଉଛି। ଏହି ର଼୍ୟାକେଟ ପଛରେ ଥିବା ମାଷ୍ଟରମାଇଣ୍ଡଙ୍କୁ ଖୋଜା ଚାଲୁଛି।

Share