ନୂଆଦିଲ୍ଲୀ,୧୪।୯: ଭାରତ ଗସ୍ତ ସମୟରେ ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହାପୂର୍ବରୁ ସେ ବୈଦେଶିକ ସଚିବ ବିନୟ ମୋହନ କ୍ୱାଟ୍ରାଙ୍କୁ ଭେଟିଥିଲେ। ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟିବାର କାର୍ଯକ୍ରମ ରହିଛି। ଏହାପୂର୍ବରୁ ମଙ୍ଗଳବାର ଭୁଟାନ ମଧ୍ୟ ଇଣ୍ଟରନ୍ୟାଶନାଲ ସୋଲାର ଆଲାଇନ୍ସ ଫ୍ରେମୱାର୍କ ଚୁକ୍ତିନାମା ସ୍ବାକ୍ଷର କରିଛି।