Advertisement

ମୁଁ ବଞ୍ଚିଛି, ମିଥ୍ୟା ଖବର କହିବା ବନ୍ଦ କର: ଜିଜ୍ଞାସା

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଜିଜ୍ଞାସା ସିଂହଙ୍କ ମୃତ୍ୟୁକୁ ନେଇ ପ୍ରସାରିତ ହୋଇଥିଲା ଖବର। ୟୁଟ୍ୟୁବ୍‌ରେ ଏନେଇ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା। ସେଥିରେ କାର୍‌ ଦୁର୍ଘଟଣାରେ ଜିଜ୍ଞାସାଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା। ଘଟଣାକୁ ନେଇ ଅଭିନେତ୍ରୀଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଥିବା ବେଳେ ଏବେ ସେ ନିଜେ ଆଗକୁ ଆସି ଏହି ଖବର ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି। ବଞ୍ଚି ଥାଉ ଥାଉ ତାଙ୍କ ମୃତ୍ୟୁକୁ ନେଇ ଅପପ୍ରଚାର କରାଯାଉଥିବା ନେଇ ଜିଜ୍ଞାସା ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ମିଛ ଚ୍ୟାନେଲ ଏଭଳି ମିଛ ଖବର ପ୍ରସାରିତ କରିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share