Posted inଖେଳ

ଅବସର ଘୋଷଣା କଲେ କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ

ନୂଆଦିଲ୍ଲୀ,୧୧।୫: ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି ଇଂଲଣ୍ଡ ଦଳର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ। ଲର୍ଡସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଇଂଲଣ୍ଡର ଉଦଘାଟନୀ ଟେଷ୍ଟ ପରେ ସେ ଅବସର ନେବେ ବୋଲି ଜେମ୍ସ ଆଣ୍ଡରସନ ଘୋଷଣା କରିଛନ୍ତି।

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏକ ବିବୃତ୍ତିରେ ଆଣ୍ଡରସନ କହିଛନ୍ତି: “ଲର୍ଡସରେ ଗ୍ରୀଷ୍ମର ପ୍ରଥମ ଟେଷ୍ଟ ମୋର ଶେଷ ଟେଷ୍ଟ ମ୍ୟାଚ୍ ହେବ।”

ଏଇ ବିବୃତିରେ ସେ ଏହା ମଧ୍ୟ କହିଛନ୍ତି “ମୁଁ ପିଲାଦିନରୁ ଭଲ ପାଉଥିବା ଖେଳ ଖେଳିବା ଏବଂ ମୋ ଦେଶକୁ 20 ବର୍ଷ ପ୍ରତିନିଧିତ୍ୱ କରିବା ଅବିଶ୍ୱସନୀୟ ଥିଲା। ମୁଁ ଆଗକୁ ଇଂଲଣ୍ଡ ପାଇଁ ଖେଳିବାବଞ୍ଚିତ ହେବାକୁ ଯାଉଛି। କିନ୍ତୁ ମୁଁ ଜାଣେ ଏହା ସଠିକ ସମୟ ଅନ୍ୟମାନଙ୍କୁ ଛାଡିବା ଉଚିତ୍ ଏବଂ ମୋ ପରି ସେମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରନ୍ତୁ, କାରଣ ଏହାଠାରୁ ଅଧିକ ଅନୁଭବ କରିବାକୁ କିଛି ନାହିଁ।

ଏହା ସହିତ ସେ ତାଙ୍କର ସ୍ତ୍ରୀ ”ଡାନିଏଲା ଦୁଇ ସନ୍ତାନ ଲୋଲା, ରୁବି ଏବଂ ପିତାମାତାଙ୍କ ଭଲପାଇବା ଏବଂ ସମର୍ଥନ ବିନା ଏହା କରିପାରି ନ ଥାନ୍ତେ। ଏଥିସହ ଖେଳାଳି ତଥା ପ୍ରଶିକ୍ଷକ ମାନଙ୍କୁ ଧନ୍ୟବାଦ, ଯେଉଁମାନେ ଏହାକୁ ବିଶ୍ୱର ସର୍ବୋତ୍ତମ କାର୍ଯ୍ୟ କରିଛନ୍ତି ବୋଲି କହିଥିଲେ।

ତେବେ “ଆଗାମୀ ନୂତନ ଆହ୍ୱାନ ପାଇଁ ମୁଁ ଉତ୍ସାହିତ, ଏବଂ ମୋର ଦିନକୁ ଆହୁରି ଅଧିକ ଗଲ୍ଫରେ ଭରିବା ପାଇଁ ମୁଁ ଉତ୍ସାହିତ ଅଟେ। ବର୍ଷ ବର୍ଷ ଧରି ମୋତେ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ, ଏହା ସର୍ବଦାମୋ ପାଇଁ ବହୁତ କିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Asia Cup 2024: ବାଂଲାଦେଶକୁ ହରାଇ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ,୨୨।୧୨: ଅଣ୍ଡର -୧୯ ମହିଳା ଏସିଆ କପ ୨୦୨୪ରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ ପରାସ୍ତ କରି ଟାଇଟଲ ଜିତିଛି। ଚଳିତ ବର୍ଷ ଭାରତର ଯୁବ...

କେ ଏଲ୍‌ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍‌ ଇଣ୍ଡିଆର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୨୨।୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ ମୁକାବିଳା ଖେଲାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଲାଗି ଟୁର୍ନାମେଣ୍ଟ ଗୁରୁତ୍ୱ ରଖୁଥିବାରୁ ଉଭୟ ଟିମ୍‌ ଲାଗି ବିଜୟ ଗୁରୁତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri