ଆତ୍ମଘାତୀଙ୍କ ପଛରେ ଜିମି

ଡିସ୍‌ନି ହଟ୍‌ଷ୍ଟାରରେ ରିଲିଜ ହୋଇଛି ‘କଲର୍‌ ବମ୍‌’ର ଟ୍ରେଲର। ଏଥିରେ ମୁଖ୍ୟ ଭୂମିକାରେ ଥିବା ଜିମି ଶେରଗିଲ୍‌ଙ୍କୁ ଜଣେ ପୋଲିସ ଅଫିସରଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ସ୍କୁଲ ଉପରେ ବୋମା ପକାଇବାକୁ ଯାଉଥିବା ଜଣେ ଆତ୍ମଘାତୀଙ୍କୁ ରୋକିବା ଉପରେ ଫିଲ୍କର କାହାଣୀ ଆଧାରିତ। ଏହା ସହ ଏଥିରେ ଅନେକ ଟୁଇଷ୍ଟ-ଟର୍ନ ରହିଛି। ଫିଲ୍ମରେ ଆଶା ନେଗି, ରାଜଶ୍ରୀ ଦେଶପାଣ୍ଡେ, ସ୍ପର୍ଶ ଶ୍ରୀବାସ୍ତବ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି। ଟ୍ରେଲର ଶେୟାର କରି ଆଶା ଲେଖିଛନ୍ତି, ‘ଟିକିଂ ବୋମା, ଏହା ପଛର ମାଷ୍ଟର ମାଇଣ୍ଡ, ଏକ ବିସ୍ଫୋରକ ସତ୍ୟ। କଲର ବମ୍‌ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ’। ଜୁଲାଇ ୯ରେ ହଟ୍‌ଷ୍ଟାରରେ ଏହି ଫିଲ୍ମ ମୁକ୍ତିଲାଭ କରିବ। ଡ୍ୟାନେଶ ଜୋଟିଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Share