Categories: ବାଣିଜ୍ୟ

ଜିମ୍‌ନିର ଅଫ୍‌ ରୋଡ୍‌ ଡ୍ରାଇଭିଂ ଅନୁଭୂତି

ଭୁବନେଶ୍ୱର,୫।୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ(ଏମ୍‌ଏସ୍‌ଆଇଏଲ୍‌)ର ଅଗ୍ରଣୀ ମଡେଲ ଜିମ୍‌ନି ପକ୍ଷରୁ ନିକଟରେ ଏକ ଅଫ୍‌ ରୋଡିଂ ଏକ୍ସପେରିଏନ୍ସ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି। ବିଶେଷକରି ସାରା ଦେଶରେ ଜିମ୍‌ନି ଗ୍ରାହକଙ୍କୁ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲରଗୁଡିକ ଜରିଆରେ ଏକତ୍ରିତ କରାଇବା ସହିତ ଏକ ଦୁଃସାହସିକ ଅଫ୍‌ ରୋଡ୍‌ ଡ୍ରାଇଭିଂ ଅନୁଭୂତି ଜିମ୍‌ନି ଗାଡି ଚାଳକଙ୍କୁ ବିଶେଷଜ୍ଞଙ୍କ ମାଧ୍ୟମରେ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଏମ୍‌ଏସ୍‌ଆଇଏଲ୍‌ର ସ୍ବୀକୃତିପ୍ରାପ୍ତ ଡିଲର ନେକ୍ସା ରାଜଭବନ (ନାରାୟଣୀ ମୋଟର୍ସ) ପକ୍ଷରୁ ଏକ ସ୍ବତନ୍ତ୍ର ‘ଅଫ୍‌ ରୋଡିଂ ଏକ୍ସପେରିଏନ୍ସ ଉଇଥ ନ୍ୟୁ ଜିମ୍‌ନି ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମରେ ଜିମ୍‌ନି ଚାଳକ (ଗାଡ଼ି ମାଲିକ)ମାନେ ସ୍ବତନ୍ତ୍ର ଭାବେ ଅଂଶ ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ନେକ୍ସା ରାଜଭବନ (ନାରାୟଣୀ ମୋଟର୍ସ)ର ପରିଚାଳନା ନିଦ୍ଦେର୍ଶକ ପୁରୁଷୋତ୍ତମ ବୁଦ୍ଧରାଜ କହିଛନ୍ତି, ଗ୍ରାହକଙ୍କ ସନ୍ତୁଷ୍ଟି ଏବଂ ଏକ ଦୁଃସାହସିକ ଗାଡି ଚାଳନା ସୁଯୋଗ ପ୍ରଦାନ କରିବାକୁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଜିମ୍‌ନି ଚାଳକମାନଙ୍କୁ ଏକ ଉତ୍ସାହଜନକ ଅଭିଜ୍ଞତା ସହିତ ଜିମ୍‌ନିର ଅପୂର୍ବ କ୍ଷମତା ଏବଂ ଚ୍ୟାଲେଞ୍ଜକୁ ବିଭିନ୍ନ ପୃଷ୍ଠଭୂମିରେ ପ୍ରଦର୍ଶିତ କରାଯାଇଥିଲା।

Share