Categories: ବାଣିଜ୍ୟ

ଜିମ୍‌ନିର ଅଫ୍‌ ରୋଡ୍‌ ଡ୍ରାଇଭିଂ ଅନୁଭୂତି

ଭୁବନେଶ୍ୱର,୪।୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌)ର ଅଗ୍ରଣୀ ମଡେଲ ଜିମ୍‌ନି ପକ୍ଷରୁ ଏକ ଅଫ୍‌ ରୋଡିଂ ଏକ୍ସପେରିଏନ୍ସ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି। ବିଶେଷକରି ସାରା ଦେଶରେ ଜିମ୍‌ନି ଗ୍ରାହକଙ୍କୁ କମ୍ପାନୀର ଡିଲରମାନଙ୍କ ଜରିଆରେ ଏକତ୍ରିତ କରାଇବା ସହିତ ଏକ ଦୁଃସାହସିକ ଅଫ୍‌ ରୋଡ୍‌ ଡ୍ରାଇଭିଂ ଅନୁଭୂତି ଗାଡ଼ି ଚାଳକଙ୍କୁ ବିଶେଷଜ୍ଞଙ୍କ ମାଧ୍ୟମରେ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଏମ୍‌ଏସ୍‌ଆଇଏଲ୍‌ର ସ୍ବୀକୃତିପ୍ରାପ୍ତ ଡିଲର ନେକ୍ସା ଗଜପତି ନଗର (ତୁସି ମୋଟର୍ସ) ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର ‘ଅଫ୍‌ ରୋଡିଂ ଏକ୍ସପେରିଏନ୍ସ ଉଇଥ୍‌ ନ୍ୟୁ ଜିମ୍‌ନି ’ କାର୍ଯ୍ୟକ୍ରମର ଆୟୋଜନ ଚନ୍ଦକାଠାରେ କରାଯାଇଥିଲା।

ବିଶେଷକରି ଉକ୍ତ କାର୍ଯ୍ୟକ୍ରମରେ ମହିଳା ଜିମ୍‌ନି ଚାଳକ ସ୍ବତନ୍ତ୍ର ଭାବେ ଅଂଶଗ୍ରହଣ କରିଥିଲେ। ଏ ସମ୍ପର୍କରେ ନେକ୍ସା ଗଜପତି ନଗର (ତୁସି ମୋଟର୍ସ)ର ପରିଚାଳନା ନିର୍ଦ୍ଦେଶିକା ପ୍ରୀତି ପଲ୍ଲଭି. ପଟ୍ଟନାୟକ କହିଛନ୍ତି, ଗ୍ରାହକଙ୍କ ସନ୍ତୁଷ୍ଟି ପ୍ରତି ପ୍ରତିବଦ୍ଧତା ଏବଂ ଏକ ନିଆରା ତଥା ରୋମାଞ୍ଚକର ସୁଯୋଗ ପ୍ରଦାନ କରିବାକୁ ଏଭଳି ଏକ ସାହସିକ ପଦକ୍ଷେପ ନିଆଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଅଂଶଗ୍ରହଣକାରୀମାନଙ୍କୁ ଏକ ଉତ୍ସାହଜନକ ଅଭିଜ୍ଞତା ସହିତ ଜିମ୍‌ନିର ଅପୂର୍ବ କ୍ଷମତା ପ୍ରଦର୍ଶନ, କଠିନତା, ଶକ୍ତି ଏବଂ ଚ୍ୟାଲେଞ୍ଜ ବିଭିନ୍ନ ପୃଷ୍ଠଭୂମିରେ ପ୍ରଦର୍ଶିତ ହୋଇଥିଲା। ବିଶେଷକରି ଆମ ସମ୍ପ୍ରଦାୟର ଦୁଃସାହସିକ ମହିଳାଙ୍କ ପାଇଁ ଏଭଳି ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବାକୁ ଆମେ ଚାହୁଁଥିଲୁ ଏବଂ ଜିମ୍‌ନି ଏହା କରିବା ପାଇଁ ଆମକୁ ପ୍ରେରଣା ଦେଇଥିଲା ବୋଲି ପ୍ରୀତି ପଲ୍ଲଭି ପଟ୍ଟନାୟକ ମତପ୍ରକାଶ କରିଛନ୍ତି।

Share