Categories: ଜାତୀୟ

ଟିକିରି ସୀମାରେ ୨ କୃଷକ ମୃତ

ନୂଆଦିଲ୍ଲୀ,୭ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ତେବେ ରବିବାର ଆନ୍ଦୋଳନ ସ୍ଥଳରେ ଜଣେ କୃଷକ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆତ୍ମହତ୍ୟା କରିଥିବା କୃଷକ କିଛିଦିନ ପୂର୍ବରୁ ଆନ୍ଦୋଳନରେ ସାମିଲ ହୋଇଥିବା କୁହାଯାଏ । ସେଠାରେ ଥିବା ଅନ୍ୟ କୃଷକମାନେ କହିଛନ୍ତି ଗତ ରାତିରୁ ସେ ଖୁବ୍ ନିରାଶ ଜଣାପଡୁଥିଲେ । ଅନ୍ୟପଟେ ହୃଦଘାତରେ ମୃତ୍ୟୁ ହୋଇଥିବା କୃଷକଙ୍କ ବୟସ ୬୦ ବର୍ଷ ହୋଇଥିବା ବେଳେ ସେ ଦୁରକୋଟ ଜିଲା ମୋଗାର ବୋଲି କୁାଯାଉଛି । ଆତ୍ମହତ୍ୟା କରିଥିବା କୃଷକ ଜିନ୍ଦର ସିଂହବାଲାର ହୋଇଥିବା ବେଳେ ତାଙ୍କ ବୟସ ୫୦ ବର୍ଷ ।

Share