ନୂଆଦିଲ୍ଲୀ,୨୩।୧୦: ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ୧୨ତମ ଡିଫେଏକ୍ସପୋ-୨୦୨୨ରେ ଜିନ୍ଦଲ ଷ୍ଟେନ୍ଲେସ୍ର ପ୍ରତିରକ୍ଷା ଭର୍ଟିକାଲ ଜିନ୍ଦଲ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଅଂଶ ଗ୍ରହଣ କରିଥିଲା। ୫ଦିନିଆ ଏହି ଏକ୍ସପୋକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଜଣାଶୁଣା ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ବିଶେଷକରି ଜିନ୍ଦଲ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଇଞ୍ଜିିନିୟରିଂ, ପ୍ରତିରକ୍ଷା ଉପତ୍ାଦର ବିକାଶ ଓ ନିର୍ମାଣ ପାଇଁ ରାଜ୍ୟ ମାଲିକାନାଧୀନ ଯନ୍ତ୍ର ଇଣ୍ଡିଆ ସହ ଏମ୍ଓୟୁ ସ୍ବାକ୍ଷର କରିଥିଲା। ଜିନ୍ଦଲ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ର ମୁଖ୍ୟ ସି.ପି. ଅଗ୍ରୱାଲ କହିଛନ୍ତି, ନିକେଲ ଆଧାରିତ ଆଲଏଜ୍ ସହ ବଳିଷ୍ଠ ଷ୍ଟିଲ୍ ଓ ଅଙ୍ଗାରକାମ୍ଳ ଫାଇବର ଉପସ୍ଥାପନ କରି ଜିନ୍ଦଲ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଉନ୍ନତମାନର ସାମଗ୍ରୀ ପ୍ରଦର୍ଶନ କରିଥିବାରୁ ଆମେ ଗର୍ବିତ। ସେହିଭଳି ପରବର୍ତ୍ତୀ ପିଢ଼ିର ପ୍ରତିରକ୍ଷା ପ୍ରୟୋଗଗୁଡ଼ିକ ପାଇଁ ଫାଇବର କମ୍ପୋଜିଟ୍ ମଧ୍ୟ ହେବ। ଆମେ ଦେଶର ସାମରିକ ବାହିନୀ ପାଇଁ ପରବର୍ତ୍ତୀ ପିଢ଼ିର ସୁରକ୍ଷା ପାଇଁ କାର୍ଯ୍ୟ କରିବୁ। ଫଳରେ ଏହାଦ୍ୱାରା ଭାରତୀୟ ସୈନ୍ୟ ବାହିନୀକୁ ଭବିଷ୍ୟତର ଯୁଦ୍ଧ କ୍ଷମତା ଗଠନରେ ସହାୟତା ନୁହେଁ ବରଂ ଭାରତୀୟ ପ୍ରତିରକ୍ଷା ପ୍ରଣାଳୀର ଇକୋ ସିଷ୍ଟମକୁ ମଧ୍ୟ ମଜଭୁତ କରିବ।