ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

ବାରିପଦା,୯ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡରେ ପହଞ୍ଚିଛି। ରବିବାରଠାରୁ ଶିମିଳିପାଳ ପାର ହୋଇ ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ରବିବାର ରାତିରେ ଜିନ୍ନତ ବାଙ୍ଗିରିପୋଷି ରେଞ୍ଜ ଅଧିନ ଯୋକା ଅଞ୍ଚଳ ଦେଇ ଓଡ଼ିଶା ସୀମା ପାର କରି ଝାଡ଼ଖଣ୍ଡ ଜଙ୍ଗଲରେ ପ୍ରବେଶ କରିଛି। ତେବେ ଅନୁଧ୍ୟାନକାରୀ ଟିମ୍‌ ଜିନ୍ନତକୁ ପୁଣି ଶିମିଳିପାଳକୁ ଫେରାଇ ଆଣିବା ପାଇଁ ତା’ ପଛେ ପଛେ ରହିଛନ୍ତି। ଝାଡ଼ଖଣ୍ଡ ବନ ବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ଜିନତକୁ ଫେରାଇ ଅଣାଯିବ।

ସୂଚନା ଥାଉ କି, ବାଘୁଣୀ ଜିନ୍ନତ (ଟି୧୬୩ ଏସ୧ଏଫ) ବୟସ ୩। ମହାବଳ ବାଘର ବଂଶ ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ରରୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବେଳେ ନଭେମ୍ବର ୧୫ ସକାଳେ ଚହଲା ନିକଟସ୍ଥ ଏକ ସଫ୍ଟ ଏନ୍‌କ୍ଲୋଜରରେ ଜିନ୍ନତକୁ ଛଡ଼ାଯାଇଥିଲା। ସଫ୍ଟ ଏନକ୍ଲୋଜର ମଧ୍ୟରେ ବାଘୁଣୀ ୩ଟି ବାର୍‌ହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରବିବାର ରାତିରେ ଜଙ୍ଗଲରେ ଛଡ଼ାଯାଇଥିଲା। ଟ୍ରାପ୍‌ ଚିପ୍‌ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର୍‌ ଜଙ୍ଗଲରେ ବାଘୁଣୀ ଜିନତ ବିଚରଣ କରୁଥିବା ବେଳେ ଗତିବିଧି ଓ ସାସ୍ଥ୍ୟାବସ୍ଥା ୨୪ଘଣ୍ଟିଆ ବନ ବିଭାଗ ଟିମ୍‌ ଅନୁଧ୍ୟାନ କରୁଛନ୍ତି। ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଟିମ୍‌ ମଧ୍ୟ‘ଜିନ୍ନତ’ ଉପରେ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ବଳାତ୍କାର ଘଟଣା: ଯୁବକଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୨ା୧୨(ନବୀନ ରାଜ ଆଚାରୀ):ଛାତ୍ରୀକୁ ଅପହରଣ ପରେ ବଳାତ୍କାର କରିବା ଘଟଣାରେ ଗୁରୁବାର ଗୋଳନ୍ଥରା ଥାନା ପୋଲିସ ବଳତ୍କାରୀକୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି।...

ଏମ୍‌ପିଙ୍କୁ ଭେଟିଲେ ୧୫ ସରପଞ୍ଚ: ବିଜେଡିରେ ହଲ୍‌ଚଲ୍‌

ଗୋପାଳପୁର,୧୨।୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ପଞ୍ଚାୟତର ଅନେକ ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡିର କିଛି ନେତା...

ଗାଁ ଗାଁରେ ମାତିଛନ୍ତି ଦାଦନ ଦଲାଲ: ରାଜି ନ ହେଲେ ଗୁଣ୍ଡା ଲଗାଇ ଟେକି ନେଉଛନ୍ତି

ନୂଆପଡ଼ା,୧୨।୧୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକର ଗାଁଗୁଡିକରେ ବଲାଙ୍ଗୀର ଜିଲାର ଦାଦନ ଦଲାଲମାନେ ଆଡ୍ଡା ପକାଇଛନ୍ତି । ରାତି ହେଲେ ଗାଁ ଗାଁରେ ରଖିଥିବା...

ହୋଟେଲରେ ଚାଲିଥିଲା ଜୁଆଆଡ୍ଡା, ମାଡିବସିଲା ପୋଲିସ

ବରଗଡ଼, ୧୨।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ଥାନା ପୋଲିସ ଗୁରୁବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଜୁଆଆଡ୍ଡାରେ ଅତର୍କିତ ଚଢାଉ କରିଛି। ସ୍ଥାନୀୟ ବରଗଡ଼ -ଭଟଲି ରାସ୍ତାରେ...

ପ୍ରଚାର-ପ୍ରସାର ଅଭାବ ଯୋଗୁ ଅନେକ କଳାକାର ପ୍ରତିଭା ଚୟନ ପ୍ରତିଯୋଗିତାରୁ ବଞ୍ଚିତ

ଥୁଆମୂଳ ରାମପୁର,୧୨।୧୨-(ଦୁର୍ଗା କୀର୍ତ୍ତି): ଚଳିତ ବର୍ଷ ରାଜ୍ୟ ସରକାରଙ୍କର ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ/ ପରାଞ୍ଚଳସ୍ତରରେ ଯୁବ ଉତ୍ସବ...

କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ

ବାଲିଗୁଡ଼ା,୧୨ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ମାଓବାଦୀ କାର୍ଯ୍ୟକଳାପ କରାଇ ଆତଙ୍କ ସୃଷ୍ଟି କରିଥିବା ଟପ୍‌ ମାଓବାଦୀ ନେତା ଆଜାଦ ଓରଫ କେଶବ ରାଓଙ୍କୁ କଡ଼ା...

ଭିଡିଓ ଭାଇରାଲ କରିବା ଧମକ ଦେଇ ବର୍ଷେ ହେଲା ଭାଉଜଙ୍କୁ କରୁଥିଲେ ବଳାତ୍କାର…

ବୁଗୁଡ଼ା,୧୨ା୧୨(କାଳିଚରଣ ଦାଶ): ଭାଉଜଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦିଅରଙ୍କୁ ବୁଗୁଡ଼ା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ଥାନା ଅଧୀନ ତାମ୍ବିରୀ ଗ୍ରାମର...

ଗଞ୍ଜେଇ ବଦଳରେ ମଦ ଜବତ ଘଟଣା:ଅବକାରୀ ଏସଆଇ ନିଲମ୍ବିତ

ପାରାଦୀପ,୧୨୧୨ (ଶରତ ରାଉତ): ପାରାଦୀପ ଅବକାରୀ ବିଭାଗର ସବଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସେନାପତି ଗୁରୁବାର ନିଲମ୍ବିତ ହୋଇଛନ୍ତି। କୋହଳ ଦଫା ଲଗାଇ ଅଭିଯୁକ୍ତଙ୍କୁ ଖସାଇବା ଉଦ୍ୟମ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri