ଏଲ୍‌ଏସିରେ ଯୁଦ୍ଧ ପ୍ରସ୍ତୁତି ଦେଖିଲେ ଜିନ୍‌ପିଙ୍ଗ୍‌

ବେଜିଂ,୨୧ା୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ପୂର୍ବ ଲଦାଖ ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ନିଜ ସୈନ୍ୟଙ୍କ ଯୁଦ୍ଧ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ)ର ବେଜିଂ ମୁଖ୍ୟାଳୟରୁ ସେ ଭାରତ-ଚାଇନା ସୀମାରେ ଥିବା ଶିଞ୍ଜିଆନ୍‌ ମିଲିଟାରି କମାଣ୍ଡ ସୈନ୍ୟମାନଙ୍କ ସହ ଭିଡିଓ ଲିଙ୍କ୍‌ରେ ଆଲୋଚନା କରିଛନ୍ତି। କିଛି ବର୍ଷ ହେଲା ଏହି ଅଞ୍ଚଳରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହା ଆମ ସେନାକୁ ପ୍ରଭାବିତ କରିଛି ବୋଲି ସେ କହିବା ସହ ଯୁଦ୍ଧ ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଜଣେ ସୈନ୍ୟ ତାଙ୍କୁ ଉତ୍ତର ଦେଇଥିଲେ, ସୀମା ଉପରେ ଆମେ ୨୪ ଘଣ୍ଟା ନଜର ରଖିଛୁ। ପ୍ରକାଶ ଯେ ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ୧୭ଟି ପର୍ଯ୍ୟାୟରେ ଉଚ୍ଚସ୍ତରୀୟ ବୈଠକ ହେଲାଣି। କିନ୍ତୁ ଏହି ବୈଠକଗୁଡ଼ିକରୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍କର୍ଷ ବାହାରିପାରି ନାହିଁ। ଏଲ୍‌ଏସିରେ ଶାନ୍ତି ବଜାୟ ରଖିବା ଉପରେ ଭାରତ ଜୋର୍‌ ଦେଇଆସୁଛି।

Share