ଜିନପିଙ୍ଗ ତୃତୀୟ ଥର ପାଇଁ କ୍ଷମତା ଚାବି, ପ୍ରସ୍ତୂତି ଆରମ୍ଭ, ୧୪ ଲକ୍ଷରୁ ଅଧିକ ଲୋକ ଗିରଫ…

ବେଜିଂ,୧୯।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୨୦ ତମ ଅଧିବେଶନ ରାଜଧାନୀ ବେଜିଂରେ ଜାରି ରହିଛି। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ କ୍ରମାଗତ ତୃତୀୟ ଥର କ୍ଷମତାର ଚାବି ହସ୍ତାନ୍ତର କରାଯିବ। ଏଥିପାଇଁ ବେଜିଂ ରାସ୍ତାରେ ପ୍ରତି ୧୦୦ଫୁଟରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏତି ମଧ୍ୟରେ ସାରା ଦେଶରେ ୧୪ ଲକ୍ଷରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଯାହାଦ୍ୱାରା ବିରୋଧୀମାନେ ଜିନପିଙ୍ଗଙ୍କ କ୍ଷମତା ହାସଲ ଉତ୍ସବରେ କୌଣସି ପ୍ରଦର୍ଶନ କରାଯାଇ ପାରିବ ନାହିଁ। କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ଏହି ସମ୍ମିଳନୀ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଜାରି ରହିବ।

ବେଜିଂର ଗ୍ରେଟ ହଲ ଅଫ ପିପୁଲ ରେ ପ୍ରାୟ ୨୩୦୦ ଦଳର ପ୍ରତିନିଧୀ ଏକତ୍ରିତ ହୋଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୨୦୦ ଜଣ କମ୍ୟୁନିଷ୍ଟ ଦଳର କେନ୍ଦ୍ରୀୟ କମିଟିରେ ନିର୍ବାଚିତ ହେବେ। ଏହି କଂଗ୍ରେସରେ ଜିନପିଙ୍ଗଙ୍କୁ ଅସୀମିତ କ୍ଷମତା ଦିଆଯିବ ଏବଂ ତାଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ଦେଶର ନେତୃତ୍ୱ ନେବାର ଅଧିକାର ପ୍ରଦାନ କରାଯିବ।

Share