ଜିନ୍‌ପିଙ୍ଗ୍‌ଙ୍କ ଚେତାବନୀ, ଶୀତଳ ଯୁଦ୍ଧ ସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ…

ବେଜିଂ,୧୧।୧୧: ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଗୁରୁବାର ଚେତାବନୀ ଦେଇଛନ୍ତି ଯେ ଶୀତଳ ଯୁଦ୍ଧ ଭଳି ସ୍ଥିତି ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସୃଷ୍ଟି ହେବା ଉଚିତ ନୁହେଁ। ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ ଫୋରମ (ଏପିଇସି) ର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ସେ ଏଭଳି କହିଛନ୍ତି। ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଏହି ଅଞ୍ଚଳରେ ଏକ ନୂତନ ସୁରକ୍ଷା ମିଳିତ ମଞ୍ଚ ଗଠନ କରିବାର ସପ୍ତାହେ ପରେ ସେ ଏନେଇ ତାଙ୍କ ବିବୃତ୍ତି ଦେଇଛନ୍ତିି। ଏହି ମିଳିତ ମଞ୍ଚରେ ଅଷ୍ଟ୍ରେଲିଆ ଆଣବିକ ବୁଡ଼ାଜାହାଜ ନିର୍ମାଣ କରିବ। ଏହି ଘଟଣାକୁ ସେ ସମାଲୋଚନା କରିଛନ୍ତି।
ଭାରତ-ପ୍ରଶାନ୍ତ ମହାସାଗରରେ ଶୀତଳ ଯୁଦ୍ଧ ପରି ପରିସ୍ଥିତି ରହିବା ଉଚିତ ନୁହେଁ। ଏହି ଅଞ୍ଚଳ ମାଲ ପରିବହନ ଜାରି ରଖାଯିବା ଉଚିତ। ସେହିପରି ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଉଦାରବାଦୀ ନୀତି ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ପାଇଁ ଚାଇନା ସଂସ୍କାରବାଦୀ ଏବଂ ଖୋଲାଖୋଲି ପଦକ୍ଷେପ ନେବାକୁ ସ୍ଥିର କରିଥିବା ସେ କହିଛନ୍ତି।

Share