Advertisement

JIOର ବଡ଼ ଧମାକା, ୪୯ ଟଙ୍କାରେ ମିଳୁଛି ଅନ୍‌ଲିମିଟେଡ୍‌ ଡାଟା

ନୂଆଦିଲ୍ଲୀ,୮।୧: ରିଲାଏନ୍ସ ଜିଓର ଏଭଳି ଏକ ଶସ୍ତା ରିଚାର୍ଜ ପ୍ଲାନ, ଯାହାଦ୍ୱାରା ଆପଣଙ୍କୁ ଏକାଧିକ ଲାଭ ମିଳିବ। ୪୯ ଟଙ୍କିଆ ଏହି ପ୍ଲାନ୍‌ ଏୟାରଟେଲ୍‌ ଏବଂ ଭୋଡାଫୋନ୍‌ ଆଇଡିଆ ଆଦିକୁ ଟକ୍କର ମଧ୍ୟ ଦେଉଛି।

୪୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ରେ କମ୍ପାନୀ ପକ୍ଷରୁ ଆପଣଙ୍କ ଲାଗି ଦିନକର ଭାଲିଡିଟି ମିଳୁଛି। ଡାଟା ବିଷୟରେ କହିଲେ କମ୍ପାନୀର ଓ୍ବେବ୍‌ସାଇଟ୍‌ ମୁତାବକ ଅନ୍‌ଲିମିଟେଡ୍‌ ମିଳିବ। ହେଲେ ଏହି ପ୍ଲାନ ୨୫ ଜିବି ଏଫ୍‌ୟୁପି ଲିମିଟ୍‌ ସହ ମିଳିଥାଏ।
ସମାନ ଟଙ୍କାର ଏୟାରଟେଲ୍‌ ପ୍ୟାକ୍‌ରେ ଆପଣଙ୍କୁ ଦିନକର ଭାଲିଡିଟି ସହ ୨୦ ଜିବି ଏଫ୍‌ୟୁପି ଲିମିଟ୍‌ ମିଳିବ। ସେହିଭଳି ଭୋଡାଫୋନ୍‌ ଆଇଡିଆ ପାଖରେ ମଧ୍ୟ ୪୯ ଟଙ୍କିଆ ରିଚାର୍ଜ ପ୍ଲାନ ରହିଛି। ଏହା ଦିନକର ଭାଲିଡିଟି ସହ ୨୦ ଜିବି ହାଇ ସ୍ପିଡ୍‌ ଡାଟା ସହ ଆସୁଛି।

ଡାଟା ପ୍ୟାକ୍‌ ହୋଇଥିବା ହେତୁ ୪୯ ଟଙ୍କିଆ ପ୍ଲାନରେ ଅନଲିମିଟେଡ୍‌ ଫ୍ରି କଲିଂ ଏବଂ ଏସ୍‌ଏମ୍‌ଏସ୍‌ ସୁବିଧା ମିଳି ନ ଥାଏ। ଜିଓ, ଏୟାରଟେଲ, ଭୋଡାଫୋନ୍‌ ଆଇଡିଆର ଅନେକ ଡାଟା ପ୍ଲାନ ଥିଲେ ହେଁ, ଏତେ କମ୍‌ ଟଙ୍କାରେ ଅନ୍‌ଲିମିଟେଡ୍‌ ଡାଟାର ସୁବିଧା ଅନ୍ୟ କମ୍ପାନୀ ଦେଇ ନ ଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Businessjio