Categories: ବାଣିଜ୍ୟ

ଜିଓ ୫ଜି କୁ ‘କ୍ଲାଉଡ୍‌ ନେଟିଭ୍‌ ଆୱାର୍ଡ’

ମୁମ୍ବାଇ,୪।୧୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଜିଓକୁ ଆଉ ଏକ ସମ୍ମାନ ମିଳିଛି। ଏପରିକି ଲଣ୍ଡନଠାରେ ଆୟୋଜିତ ୱାର୍ଲଡ୍‌ କମ୍ୟୁନିକେଶନ ଆୱାର୍ଡର ୨୪ତମ ସଂସ୍କରଣରେ ଜିଓ ୫ ଜି ପ୍ଲାଟ୍‌ଫର୍ମସକୁ ‘କ୍ଲାଉଡ୍‌ ନେଟିଭ୍‌ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ଟେଲିକମ୍‌ ଶିଳ୍ପରେ କାର୍ଯ୍ୟ କରୁଥିବା ଦେଶ ବିଦେଶର ବହୁ ପ୍ରତିଷ୍ଠିତ କମ୍ପାନୀର ଅଧିକାରୀମାନେ ମଧ୍ୟ ଉକ୍ତ ପୁରସ୍କାର ବିତରଣ ସମାରୋହରେ ସାମିଲ ଥିଲେ। ସେହିଭଳି ଜିଓ ପ୍ଲାଟ୍‌ଫର୍ମସର କମ୍ବୋ ୫ଜି-୪ଜି କୋର୍‌ ନେଟ୍‌ୱର୍କ ସଲ୍ୟୁସନ୍ସ ପାଇଁ କ୍ଲାଉଡ୍‌ ନେଟିଭ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ବିଜୟୀ ସମାଧାନକୁ ବ୍ୟବହାର କରି ରିଲାଏନ୍ସ ଜିଓ ଭାରତରେ ୫ଜି ସେବାର ଶୁଭାରମ୍ଭ କରୁଛି। ଜିଓ ପକ୍ଷରୁ ବିଭିନ୍ନ ସହରରେ ବ୍ୟବହାରକାରୀମାନଙ୍କୁ ନେଇ ୫ଜିର ବିଟା ପରୀକ୍ଷଣ ଆରମ୍ଭ କରାଯାଉଛି। ଗ୍ରାହକମାନଙ୍କ ଚାହିଦାକୁ ଦ୍ରୁତଗତିରେ ପୂରଣକରିବା ଲାଗି ଟେଲିକମ୍‌ କମ୍ପାନୀଗୁଡ଼ିକ ନିମନ୍ତେ ଏଭଳି ଏକ ସମାଧାନର ଆବଶ୍ୟକତା ରହିଛି, ଯାହାକୁ ଅତ୍ୟଧିକ ବ୍ୟାପକ କରାଯାଇପାରିବ ଏବଂ ତାହା ଆକର୍ଷଣୀୟ ହେବା ସହ ଶୀଘ୍ର ଅପ୍‌ଡେଟ୍‌ କରାଯାଇପାରୁଛି।

Share