Categories: ବାଣିଜ୍ୟ

ଆଇଫୋନ୍‌ରେ ଜିଓ ୫ଜିର ସେବା

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଆଇଫୋନ୍‌ ୧୨ ଓ ପରବର୍ତ୍ତୀ ଆଇଫୋନ୍‌ ମଡେଲଗୁଡ଼ିକ ପାଇଁ ଆଇଫୋନ ମଡେଲରେ ଜିଓ ୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ୨୦୨୨ ଡିସେମ୍ବର ୧୫ରୁ ଆଇଫୋନ୍‌ ୧୨ ଓ ପରର୍ବତ୍ତୀ ଆଇଫୋନ୍‌ ମଡେଲଗୁଡ଼ିକରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେଉଛି। ବିଶେଷକରି ଏହାର ବ୍ୟବହାରକାରୀମାନଙ୍କୁ ଆଇଫୋନ୍‌ର ସଦ୍ୟତମ ଆଇଓଏସ୍‌ ଏବଂ କ୍ୟାରିୟର ସେଟିଂକୁ ଅପ୍‌ଡେଟ୍‌ କରିବାକୁ ପଡ଼ିବ। ସେହିଭଳି ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହୋଇସାରିଥିବା ସହରଗୁଡ଼ିକରେ ଅସୀମିତ ୫ଜି ବ୍ୟବହାର ପାଇଁ ଆଇଫୋନ୍‌ ଗ୍ରାହକମାନଙ୍କୁ ସକ୍ଷମ କରିବା ଲାଗି କମ୍ପାନୀ ପକ୍ଷରୁ ସେମାନଙ୍କ ନମ୍ବରରେ ଜିଓ ୱେଲ୍‌କମ୍‌ ଅଫର ମଧ୍ୟ ପ୍ରଦାନ କରାଯାଇଛି। ଅପରପକ୍ଷରେ ଆଇଫୋନ୍‌ ୧୨ମିନି, ଆଇଫୋନ୍‌ ୧୨, ଆଇଫୋନ୍‌ ୧୨ପ୍ରୋ, ଆଇଫୋନ୍‌ ୧୨ପ୍ରୋ ମ୍ୟାକ୍ସ, ଆଇଫୋନ୍‌ ୧୩ ମିନି, ଆଇଫୋନ୍‌ ୧୩, ଆଇଫୋନ୍‌ ୧୩ ପ୍ରୋ, ଆଇଫୋନ୍‌ ୧୩ ପ୍ରୋ ମ୍ୟାକ୍ସ, ଆଇଫୋନ୍‌ ଏସ୍‌ଇ ୨୦୨୨ (ଥାର୍ଡ ଜେନେରେଶନ), ଆଇଫୋନ୍‌ ୧୪, ଆଇଫୋନ୍‌ ୧୪ ପ୍ଲସ୍‌, ଆଇଫୋନ୍‌ ୧୪ ପ୍ରୋ, ଆଇଫୋନ୍‌ ୧୪ ପ୍ରୋ ମ୍ୟାକ୍ସରେ ବର୍ତ୍ତମାନ ଜିଓର ଟ୍ରୁ-୫ଜି ସେବା ହାସଲ କରିହେବ। ସେହିପରି ଆଇଫୋନ୍‌ ଡିଭାଇସ୍‌ରେ ୫ଜି ସେବାକୁ ଭାରତରେ ବ୍ୟବହାର କରିବା ସୁବିଧା ପ୍ରଦାନ କରିବା ଲାଗି ନଭେମ୍ବର ମାସର ପ୍ରଥମ ସପ୍ତାହରେ ଆପଲ୍‌ ପକ୍ଷରୁ କମ୍ପାନୀର ବିଟା ସଫ୍ଟଓ୍ବେର ପ୍ଲାଟ୍‌ଫର୍ମରେ ଅପ୍‌ଡେଟ୍‌ ଜାରି କରାଯାଇଥିଲା।

Share