Categories: ବାଣିଜ୍ୟ

ଓଡ଼ିଶାରେ ଜିଓ ଏୟାରଫାଇବର

ଭୁବନେଶ୍ୱର,୨୨।୧୧: ବିଶ୍ୱର ସର୍ବବୃହତ୍‌ ଘରୋଇ ମୋବାଇଲ ଡାଟା ନେଟ୍‌ୱର୍କ ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ସର୍ବାଧୁନିକ ହୋମ୍‌ ଏଣ୍ଟରଟେଣ୍ଟମେଣ୍ଟ ସ୍ମାର୍ଟହୋମ୍‌ ସେବା ଏବଂ ହାଇ-ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସମନ୍ବିତ ଏଣ୍ଡ୍‌-ଟୁ-ଏଣ୍ଡ୍‌ ସମାଧାନ ଜିଓ ଏୟାରଫାଇବର ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଜିଓ ଏୟାରଫାଇବର ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂରକରିବ ଏବଂ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସୁବିଧା ବିଭିନ୍ନ ଜଟିଳତା ତଥା ସେମାନଙ୍କ ପରିସରକୁ ଅପ୍ଟିକାଲ-ଫାଇବର ସମ୍ପ୍ରସାରଣରେ ବିଳମ୍ବ ଘଟିବା କାରଣରୁ ଉପଲବ୍ଧ ହେଉ ନ ଥିଲା ସେଭଳି ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ଏହା ସଂଯୋଗ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଜିଓ ଏୟାରଫାଇବର ଓଡ଼ିଶାର ଭୁବନେଶ୍ୱର ଏବଂ କଟକ ଭଳି ପ୍ରମୁଖ ସହରରେ ଆନୁଷ୍ଠାନିକ ଭାବେ ଲାଇଭ୍‌ ହେବା ସହିତ ଉଭୟ ସହରର ସମସ୍ତ ବାସଗୃହ ଏବଂ ବ୍ୟବସାୟ ସ୍ଥଳ ବର୍ତ୍ତମାନ ଗୋଟିଏ ସମନ୍ବିତ ସେବା ଜରିଆରେ ଉପଲବ୍ଧ। ସେହିଭଳି ଓଡ଼ିଶାରେ ଉକ୍ତ ସେବା ଆରମ୍ଭ ସହିତ ଜିଓ ଏୟାରଫାଇବର ସଂଯୋଗ ଉଭୟ ସହରର ଅନେକ ଗ୍ରାହକଙ୍କ ପରିସରରେ ସ୍ଥାପନ କରାଯାଇଥିବାବେଳେ ରାଜ୍ୟର ପ୍ରଥମ ଜିଓ ଏୟାରଫାଇବର ସଂଯୋଗ ଜିଓର ଓଡ଼ିଶା ବ୍ୟବସାୟ ମୁଖ୍ୟ ପ୍ରଦୀପ ରାଉତଙ୍କ ଠାରୁ ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟି ବୈଜ୍ଞାନିକ ଗ୍ରହଣ କରିଛନ୍ତି। ବିଶେଷକରି ଏହି ମାଇଲଖୁଣ୍ଟ ଓଡ଼ିଶାର ଡିଜିଟାଲ ଦୃଶ୍ୟପଟରେ ଉଲ୍ଲେଖନୀୟ ପରିବର୍ଦ୍ଧନର ଏକ ନିଦର୍ଶନ ହୋଇଛି, ଯାହାଦ୍ୱାରା ପ୍ରତ୍ୟେକଟି ଘର ଓ ବ୍ୟବସାୟକୁ ଜିଓର ଏୟାରଫାଇବର ପ୍ରଯୁକ୍ତି ସାଙ୍ଗକୁ ଶ୍ରେଷ୍ଠ ସ୍ତରର ଫାଇବର ଏବଂ ମୋବିଲିଟି ସେବାର ଅନନ୍ୟ ଅନୁଭୂତି ହାସଲ କରିବାରେ ସମର୍ଥ କରାଇବ।

Share