Categories: ବାଣିଜ୍ୟ

ଜିଓ ଏୟାରଫାଇବର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୮।୧: ବିଶ୍ୱର ସର୍ବବୃହତ୍‌ ଘରୋଇ ମୋବାଇଲ ଡାଟା ନେଟ୍‌ୱର୍କ ରିଲାଏନ୍ସ ଜିଓର ଓଡ଼ିଶା ୟୁନିଟ୍‌ ପକ୍ଷରୁ ସାରା ଓଡ଼ିଶାରେ ୩୦ରୁ ଊଦ୍ଧର୍‌ବ ସହର ଓ ନଗରକୁ ବିଶ୍ୱମାନର ସର୍ବାଧୁନିକ ଜିଓ ଏୟାରଫାଇବର ସେବା ସମ୍ପ୍ରସାରଣ କରାଯାଇଛି। ଏପରିକି ପ୍ରାରମ୍ଭିକ ଭାବେ ୨୦୨୩ ନଭେମ୍ବରରେ ଭୁବନେଶ୍ୱର ଓ କଟକ ସହରରେ ଉକ୍ତ ସେବାର ଶୁଭାରମ୍ଭ ହୋଇଥିଲା। ଜିଓ ଏୟାରଫାଇବର ସେବା ବର୍ତ୍ତମାନ ରାଜ୍ୟର ୩୦ସହର ଓ ନଗରକୁ ସମ୍ପ୍ରସାରଣ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସହିତ ଓଡ଼ିଶାର ଡିଜିଟାଲ ଦୃଶ୍ୟପଟରେ ଉଲ୍ଲେଖନୀୟ ପରିବର୍ଦ୍ଧନର ଏକ ନିଦର୍ଶନ ପାଲଟିଛି। ଜିଓ ଏୟାରଫାଇବର ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟା ଦୂର କରିବ ଏବଂ ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡ୍‌ବ୍ୟାଣ୍ଡ୍‌ ସୁବିଧା ସହିତ ସଂଯୁକ୍ତ କରିବ। ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସୁବିଧା ସେମାନଙ୍କ ପରିସରକୁ ଅପ୍‌ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁ ନ ଥିଲା। ଜିଓ ଏୟାରଫାଇବର ଟିଭି ଅଥବା ବ୍ରଡ୍‌ବ୍ୟାଣ୍ଡ୍‌ ବ୍ୟବହାରକାରୀଙ୍କୁ ଗୋଟିଏ ସମନ୍ବିତ ସେବା ଜରିଆରେ ଯୋଗାଇ ଦିଆଯାଉଥିବା ଏକ ବିଶ୍ୱମାନର ସର୍ବାଧୁନିକ ହୋମ୍‌ ଏଣ୍ଟରଟେଣ୍ଟମେଣ୍ଟ ବ୍ରଡବ୍ୟାଣ୍ଡ୍‌ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନତି ହେବାର ସୁଯୋଗ ପ୍ରଦାନ କରୁଛି। ଜିଓ ଏୟାରଫାଇବର ପ୍ଲାନ୍‌ରେ ଗ୍ରାହକଙ୍କୁ ଅସୀମିତ ଡାଟା ସହିତ ୩୦ ଏମ୍‌ବିପିଏସ୍‌ ଓ ୧୦୦ଏମ୍‌ବିପିଏସ୍‌ ଭଳି ଦୁଇ ପ୍ରକାର ସ୍ପିଡ୍‌ର ପ୍ଲାନ୍‌ ଉପଲବ୍ଧ ହେଉଛି, ପ୍ରାରମ୍ଭିକ ୩୦ ଏମ୍‌ବିପିଏସ୍‌ ପ୍ଲାନ୍‌ର ମୂଲ୍ୟ ୫୯୯ ଟଙ୍କା ରହିଥିବାବେଳେ ୧୦୦ ଏମ୍‌ବିପିଏସ୍‌ ପ୍ଲାନ୍‌ର ମୂଲ୍ୟ ୮୯୯ ଟଙ୍କା ରହିଛି। ଏପରିକି ଉଭୟ ପ୍ଲାନ୍‌ରେ ୫୫୦ରୁ ଅଧିକ ଡିଜିଟାଲ୍‌ ଚ୍ୟାନେଲ୍‌ ଓ ୧୪ଟି ଲୋକପ୍ରିୟ ମନୋରଞ୍ଜନ ଓଟିଟି ଆପ୍‌ ଉପଲବ୍ଧ। ଜିଓ ଏୟାରଫାଇବର ପ୍ଲାନ୍‌ରେ ୧୦୦ଏମ୍‌ବିପିଏସ୍‌ ସ୍ପିଡ୍‌ ରହିଥିବା ଏକ ୧୧୯୯ଟଙ୍କିଆ ପ୍ଲାନ୍‌ ମଧ୍ୟ ରହିଛି, ଯେଉଁଥିରେ ୫୫୦ରୁ ଅଧିକ ଡିଜିଟାଲ୍‌ ଚ୍ୟାନେଲ୍‌ ଏବଂ ନେଟ୍‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ ଓଟିଟି ସବ୍‌ସ୍କ୍ରିପସନ ସମେତ ୧୬ରୁ ଅଧିକ ମନୋରଞ୍ଜନ ଓଟିଟି ଆପ୍‌ ଉପଲବ୍ଧ ରହିଛି।

Share