Categories: ବାଣିଜ୍ୟ

ବିଶ୍ୱକପ୍‌ ଲାଗି ଜିଓ-ଏୟାଟେଲର ସ୍ବତନ୍ତ୍ର ପ୍ଲାନ; ମିଳିବ ଡିଜନୀ+ହଟ୍‌ଷ୍ଟାର ସୁବିଧା

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ କ୍ରିକେଟ ୨୦୨୩ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟ ଭାରତରେ ଆୟୋଜିତ ହେଉଥିବାରୁ ପ୍ରଶଂସକଙ୍କ କ୍ରେଜ୍‌ ବଢ଼ିଛି। ତେବେ ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ପକ୍ଷରୁ ନୂଆ ପ୍ଲାନ ଗ୍ରାହକଙ୍କୁ ଭେଟି ଦେଇଛି। ଏସବୁ ପ୍ଲାନରେ ଦର୍ଶକ ବିଶ୍ୱକପ୍‌ ମ୍ୟାଚ୍‌ ଦେଖିପାରିବେ।

ଏୟାରଟେଲ ୨ ପ୍ଲାନ ଆରମ୍ଭ କରିଛି। ଏଥିରେ ୯୯ ଟଙ୍କାରେ ୨ ଦିନ ଲାଗି ଅସୀମିତ ଡାଟା ରହିଛି, ସେହିଭଳି ୪୯ ଟଙ୍କାରେ ଦିନକ ପାଇଁ ୬ ଜିବି ଅତିରିକ୍ତ ଡାଟା ମିଳୁଛି। ଅପରପକ୍ଷେ ଜିଓ ମାସିକ, ତ୍ରୈମାସିକ ଏବଂ ବାର୍ଷିକ ପ୍ଲାନ ଆଣିଛି। ଏଥିରେ ଡାଟା, ଅସୀମିତ ଭଏସ୍‌ କଲ ସହ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ମୋବାଇଲ ପ୍ଲାନକୁ ସାମିଲ କରାଯାଇଛି। ମୂଳ ପ୍ଲାନ ୩୨୮ ଟଙ୍କାର ରହିଥିବା ବେଳେ ଏଥିରେ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧.୫ ଜିବି ଡାଟା ଏବଂ ୩ ମାସ ଯାଏ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ମୋବାଇଲ ସୁବିଧା ମିଳିବ।

ଜିଓର ୩୨୮ ଟଙ୍କିଆ ପ୍ଲାନ ସବୁଠାରୁ ଶସ୍ତା। ଏହାଛଡ଼ା କମ୍ପାନୀ ବିଶ୍ୱକପ୍‌କୁ ଧ୍ୟାନରେ ରଖି ୨୮ ଦିନକୁ ୩୮୮ ଟଙ୍କାର ପ୍ଲାନ ଆଣିଛି। ଏହି ପ୍ଲାନରେ ପ୍ରତ୍ୟେହ ୨ଜିବି ଡାଟା ମିଳିବ। ଏଥିସହ ୩ ମାସ ଯାଏ ଡିଜନୀ ପ୍ଲସ ହଟ୍‌ଷ୍ଟାର ମେମ୍ବରଶିପ ମିଳୁଛି। ସେହିଭଳି ଜିଓ ୮୪ ଦିନକୁ ୭୫୮ ଏବଂ ୮୦୮ ଟଙ୍କାର ପ୍ଲାନ ଆଣିଛି। ୭୫୮ ଟଙ୍କାର ପ୍ଲାନରେ ପ୍ରତ୍ୟେହ ୧.୫ ଜିବି ଡାଟା ଏବଂ ୩ ମାସ ଯାଏ ଡିଜନୀ ପ୍ଲସ ହଟ୍‌ଷ୍ଟାର ମୋବାଇଲ ମେମ୍ବରସିପ୍‌ ମିଳୁଛି। ୮୦୮ ଟଙ୍କାର ପ୍ଲାନରେ ୮୪ ଦିନ ଭାଲିଡିଟି ସହ ପ୍ରତ୍ୟେହ ୨ ଜିବି ଡାଟା ମିଳୁଛି। ଏଥିସହ ୩ ମାସ ଯାଏ ଡିଜନୀ ପ୍ଲସ ହଟ୍‌ଷ୍ଟାର ମୋବାଇଲ ମେମ୍ବରସିପ୍‌ ମିଳୁଛି।

Share