Categories: ବାଣିଜ୍ୟ

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଜିଓ-ଏୟାରଟେଲ୍‌କୁ ଲାଗିପାରେ ଝଟ୍‌କା; ଦେବାକୁ ହେବ ୧୪୪୦୦ କୋଟି ଟଙ୍କାର ଟିକସ୍‌!

ନୂଆଦିଲ୍ଲୀ,୧୭।୧୦: ନିକଟରେ ସୁପ୍ରିମକୋର୍ଟ ଟେଲିକମ୍‌ ସେକ୍ଟର ସହ ଜଡ଼ିତ ଏକ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଟେଲିକମ୍‌ ଅପରେଟରମାନଙ୍କ ଦ୍ୱାରା ଦିଆଯାଉଥିବା ଲାଇସେନ୍ସ ଫିସ୍‌କୁ କ୍ୟାପିଟାଲ ଏକ୍ସପେଣ୍ଡିଚର ବୋଲି ଧରାଯିବ ବୋଲି କୋର୍ଟ କହିଛନ୍ତି। ଏଭଳି ନିଷ୍ପତ୍ତି ପରେ କୋଟାକ ଇନ୍‌ଷ୍ଟିଚ୍ୟୁସନାଲ ଆକ୍ଟିଭିଷ୍ଟ ଅନୁଯାୟୀ ଏବେ ଭାରତୀ ଏୟାରଟେଲ ଏବଂ ରିଲାଏନ୍ସ ଜିଓକୁ ୨୦୨୦-୨୩ ଲାଗି ମୋଟ ୧୪୪୦୦ କୋଟି ଟଙ୍କାର ଟ୍ୟାକ୍ସ ଡିମାଣ୍ଡର ସାମ୍ନା କରିବାକୁ ପଡ଼ିପାରେ। ଏଥିରେ ଏୟାରଟେଲର ୬୦୦୦ କୋଟି ଟଙ୍କା ଏବଂ ଜିଓର ୮୪୦୦ କୋଟି ଟଙ୍କା ଟିକସ ସାମିଲ ଅଛି। ଏହାର ପ୍ରଭାବ କମ୍ପାନୀଦ୍ୱୟ ଉପରେ ପଡ଼ିବ ବୋଲି କୁହାଯାଉଛି।

ପ୍ରକାଶ ଯେ, ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ୧୯୯୯ର ନ୍ୟୁ ଟେଲିକମ୍‌ ପଲିସି ଅନୁଯାୟୀ ଏଣ୍ଟ୍ରି ଫିସ୍‌ ସହ ଭାରିଏବୁଲ୍‌ ଆନୁଆଲ ଲାଇସେନ୍ସ ଫିସ୍‌ରେ ଯୋଗଦାନକୁ କ୍ୟାପିଟାଲ ଏକ୍ସପେଣ୍ଡିଚର ମନା ଯିବା ଉଚିତ। ଏହାକୁ ଆୟକର ଅଧିନିୟମର ଧାରା ୩୫ଏବିବି ଭାବେ ଗଣନା କରାଯିବା ଉଚିତ। ବର୍ତ୍ତମାନ ସମୟରେ ଟେଲିକମ୍‌ କମ୍ପାନୀଗୁଡ଼ିକୁ ଲାଇସେନ୍ସ ଶୁଳ୍କକୁ ଖର୍ଚ୍ଚ ଭାବେ ବିବେଚନା କରାଯାଉଥିବାରୁ ଏହା ଉପରେ ଟିକସ ଛାଡ଼ କରାଯାଉଛି। ହେଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏହାକୁ କ୍ୟାପିଟାଲ ଏକ୍ସପେଣ୍ଡିଚର ଭାବେ ଧରାଯାଉଛି।

Share