Categories: ବାଣିଜ୍ୟ

ଶସ୍ତା ଲାପଟପ୍‌ ଲଞ୍ଚ କଲା ଜିଓ: ଜାଣନ୍ତୁ ଦାମ, ବୈଶିଷ୍ଟ୍ୟ…

ନୂଆଦିଲ୍ଲୀ,୪।୧୦: ଗ୍ରାହକଙ୍କ ପ୍ରତିକ୍ଷାର ଅନ୍ତ। ଜିଓ ପକ୍ଷରୁ ଏହାର ଲାପଟପ୍‌କୁ ଲଞ୍ଚ କରାଯାଇଛି। କମ୍ପାନୀ ଏହାକୁ ସୁଲଭ ମୂଲ୍ୟରେ ଲଞ୍ଚ କରିଛି। ଜେଇଏମ୍‌(ଗଭର୍ନମେଣ୍ଟ ଇ ମାର୍କେଟପ୍ଲେସ) ଓ୍ବେବ୍‌ସାଇଟ୍‌ରୁ ଏହି ଜିଓ ବୁକ୍‌କୁ କିଣିହେବ। ହେଲେ ଅନ୍ୟ କୌଣସି ଇ-କମର୍ସ ପ୍ଲାଟଫର୍ମରେ ଏହା ଉପଲବ୍ଧ ହେଉନାହିଁ।

ଏକ ରିପୋର୍ଟ ମୁତାବକ, ଜିଓ ଏହି ଉତ୍ପାଦକୁ ସମସ୍ତ ବ୍ୟବହାରକାରୀଙ୍କ ଲାଗି ଦିପାବଳୀ ଉପଲକ୍ଷେ ଲଞ୍ଚ କରିପାରେ। ହେଲେ ଏଯାବତ ଏନେଇ ଘୋଷଣା ହୋଇନାହିଁ। ଜେଇଏମ୍‌ ଓ୍ବେବ୍‌ସାଇଟ୍‌ରେ ଏହି ଲାପଟପ୍‌ର ମୂଲ୍ୟ ୧୯,୫୦୦ ଟଙ୍କା ରଖାଯାଇଛି। ତେବେ ଏହି ଓ୍ବେବସାଇଟ୍‌ରୁ କେବଳ ସରକାରୀ କର୍ମଚାରୀ ହିଁ ଶପିଂ କରିପାରିବେ। ଏହାର ଅର୍ଥ ହେଲା ସମସ୍ତଙ୍କ ଲାଗି ଲାପ୍‌ଟପ୍‌ ଉପଲବ୍ଧ ହେବ ନାହିଁ।

ଜିଓ ବୁକ୍‌ ଲାପଟପ୍‌ରେ ୧୧.୬ ଇଞ୍ଚର ଏଚ୍‌ଡି ଡିସ୍‌ପ୍ଲେ ରହିଛି। ୧୩୬୬*୭୬୮ ରିଜଲ୍ୟୁଶନ ରହିଛି। କ୍ୱାଲକମ୍‌ ସ୍ନାପଡ୍ରାଗନ ୬୬୫ ପ୍ରୋସେସର ସାଙ୍ଗକୁ ଆଡ୍ରେନୋ ୬୧୦ ଜିପିୟୁ ଏଥିରେ ରହିଛି। ଏସବୁ ପ୍ରୋସେସର ଏବେ ପୁରୁଣା ହୋଇଯାଇଥିଲେ ହେଁ ଉତ୍ପାଦର ମୂଲ୍ୟ ଦେଖି କେହି ଅଭିଯୋଗ କରିପାରିବେ ନାହିଁ।

ଜିଓ ବୁକ୍‌ ପ୍ଲାଷ୍ଟିକ୍‌ ବଡିରେ ନିର୍ମିତ। ଡିଭାଇସ ଜିଓ ଓଏସ୍‌ ଜରିଆରେ କାମ କରୁଛି। ଲାପଟପରେ ୩୨ ଜିବିର ଇଏମ୍‌ଏମ୍‌ସି ଷ୍ଟୋରେଜ ରହିଛି। ଏଥିରେ ଟଚ୍‌ ପ୍ୟାଡ ରହିବା ବେଳେ ୬୦ ଏଚ୍‌ର ବ୍ୟାଟେରୀ ରହିଛି। ଏସବୁ ଫିଚର ଲାଗି ଉତ୍ପାଦକୁ ଲାପଟନ ନୁହେଁ ବରଂ ନେଟ୍‌ବୁକ୍‌ ନାମରେ ରେଜିଷ୍ଟର କରାଯାଇଛି। ଅର୍ଥାତ ଏହା କ୍ରୋମ୍‌ବୁକ୍‌ ହୋଇପାରେ। ସବୁଠାରୁ ବଡ କଥା ହେଲା ଏହାକୁ ମେଡ ଇନ୍‌ ଇଣ୍ଡିଆ ଡିଭାଇସ୍‌ ବୋଲି କୁହାଯାଇଛି।

Share