Categories: ବାଣିଜ୍ୟ

ଓଡ଼ିଶାର ୩୯ ସହରରେ ଜିଓ ଫାଇବର

ନୂଆଦିଲ୍ଲୀ,୧୫।୪: ହାଇ ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ଜିଓ ଫାଇବର ବର୍ତ୍ତମାନ ଓଡ଼ିଶାର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ। ନିକଟରେ ବାରିପଦା, ଉମରକୋଟ୍‌, ପାରଳାଖେମୁଣ୍ଡି ଓ ସୋନପୁର ଭଳି ସହରର ପ୍ରମୁଖ ଅଞ୍ଚଳରେ ଜିଓ ଫାଇବର ବ୍ରଡ୍‌ବ୍ୟାଣ୍ଡ୍‌ ସେବାର ଶୁଭାରମ୍ଭ ହୋଇଥିବା ବେଳେ କମ୍ପାନୀ ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବା ଦ୍ରୁତଗତିରେ ସମ୍ପ୍ରସାରଣ କରୁଛି। ଏପରିକି ଜିଓଫାଇବର ସେବା ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୋଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ବାରିପଦା, ଉମରକୋଟ, ପାରଳାଖେମୁଣ୍ଡି ଓ ସୋନପୁର ଭଳି ସହରରେ ଉପଲବ୍ଧ। ପୂର୍ବରୁ ଜିଓ ଫାଇବର ଉପଲବ୍ଧ ଥିବା ସହରଗୁଡ଼ିକର ନୂଆ ଅଞ୍ଚଳ ତଥା ସହର ଉପକଣ୍ଠକୁ ସେବାର ବ୍ୟାପକ ଭାବେ ସମ୍ପ୍ରସାରଣ କରାଯାଉଥିବା ବେଳେ ବ୍ୟକ୍ତିଗତ ପରିବାରଠାରୁ ଆରମ୍ଭକରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଛୋଟ ବ୍ୟବସାୟ ଓ ବିଭିନ୍ନ କ୍ଷେତ୍ରର ପେସାଦାରମାନଙ୍କ ଭଳି ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣକରି ସେମାନଙ୍କ ପାଖରେ ଅସୀମିତ ମନୋରଞ୍ଜନ, ଖବର, ସ୍ବାସ୍ଥ୍ୟ ଓ ଶିକ୍ଷା ପ୍ଲାଟ୍‌ଫର୍ମ ପହଞ୍ଚାଇ ସେମାନଙ୍କୁ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି। ଅପରପକ୍ଷରେ ଜିଓ ପକ୍ଷରୁ ମାସିକ ମାତ୍ର ୧୯୮ ଟଙ୍କାରେ ୧୦ ଏମ୍‌ବିପିଏସ୍‌ର ଅସୀମିତ ହୋମ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସହ ନୂଆ ବ୍ରଡ୍‌ବ୍ୟାଣ୍ଡ୍‌ ‘ବ୍ୟାକ୍‌-ଅପ୍‌ ପ୍ଲାନ୍‌’ ସମ୍ପର୍କରେ ଘୋଷଣା କରାଯାଇଛି।

Share