Categories: ବାଣିଜ୍ୟ

ଓଡ଼ିଶାରେ ଜିଓ ଫାଇବର ୧ ନମ୍ବର

ଭୁବନେଶ୍ୱର,୧୭।୫: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ସଂସ୍ଥା ଜିଓ ଫାଇବର ଓଡ଼ିଶାରେ କ୍ରମାଗତ ଭାବେ ୧ ନମ୍ବର ସ୍ଥାନରେ ରହିଛି। ଏପରିକି ରାଜ୍ୟର ୨ ଲକ୍ଷରୁ ଅଧିକ ଘରକୁ ହାଇସ୍ପିଡ୍‌ ଓୟାରଲାଇନ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ଯୋଗାଉଛି ବୋଲି ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଓୟାରଲାଇନ ଉପଭୋକ୍ତା ତଥ୍ୟ ଅନୁଯାୟୀ ୨୦୨୩ ଫେବୃୟାରୀ ୨୮ ସୁଦ୍ଧା ୨.୦୨ ଲକ୍ଷ ଜିଓ ଫାଇବର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ଗ୍ରାହକଙ୍କ ସହ ରାଜ୍ୟର ଏକ ନମ୍ବର ହାଇ ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ଭାବେ ଜିଓ ତା’ର ସ୍ଥିତିକୁ ଆହୁରି ମଜଭୁତ କରିଛି। ସେହିଭଳି ରିଲାଏନ୍ସ ଜିଓ ଏକମାତ୍ର ଟେଲିକମ୍‌ ସେବା ପ୍ରଦାନକାରୀ ଭାବେ ୨୦୨୩ ଫେବୃୟାରୀରେ ଓୟାରଲାଇନ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ଏପରିକି ୨୦୨୩ ଫେବୃୟାରୀ ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ଓୟାରଲାଇନ ଗ୍ରାହକ ସଂଖ୍ୟା ୩.୮୮ ଲକ୍ଷକୁ ବୃଦ୍ଧି ପାଇଛି। ସେହିପରି ଜାତୀୟ ସ୍ତରରେ ମଧ୍ୟ ଜିଓ ୨୦୨୩ ଫେବୃୟାରୀରେ ୧.୮୮ ଲକ୍ଷରୁ ଅଧିକ ନୂଆ ଓୟାରଲାଇନ ଗ୍ରାହକ ଯୋଡ଼ି ଦେଶର ୧ ନମ୍ବର ଓୟାରଲାଇନ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଉଲ୍ଲେଖଯୋଗ୍ୟ, ଜିଓ ଫାଇବର ବର୍ତ୍ତମାନ ରାଜ୍ୟର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ। ଏପରିକି ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରକୁ ଜିଓ ଫାଇବାରର ସେବା ଦ୍ରୁତଗତିରେ ସମ୍ପ୍ରସାରଣ ହେଉଛି। ଜିଓ ଫାଇବର ସେବାର ଦ୍ରୁତଗତିରେ ସମ୍ପ୍ରସାରଣ ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି, ଯେଉଁଥିରେ ବ୍ୟକ୍ତିଗତ ଘରଠାରୁ ଆରମ୍ଭକରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲମାନେ ସାମିଲ ରହିଛନ୍ତି।

Share