Categories: ବାଣିଜ୍ୟ

ବୀମା କାରୋବାରକୁ ଓହ୍ଲାଇବ ଜିଓ ଫାଇନାନ୍ସିଆଲ

ନୂଆଦିଲ୍ଲୀ,୨୯।୮: ବୀମା କାରୋବାରକୁ ଓହ୍ଲାଇବେ ମୁକେଶ ଅମ୍ବାନୀ। ଏନେଇ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଏଜିଏମ୍‌ ବୈଠକରେ ସ୍ପଷ୍ଟ କରି କହିଛନ୍ତି, ଜିଓ ଫାଇନାନ୍ସିଆଲ ସର୍ଭିସେସ ବୀମା କାରୋବାରକୁ ଓହ୍ଲାଇବ। ଏଥିଲାଗି କୌଣସି ବିଦେଶୀ କମ୍ପାନୀ ପାର୍ଟନର ହୋଇପାରେ। କମ୍ପାନୀ ଜୀବନ, ସାଧାରଣ ଏବଂ ସ୍ବାସ୍ଥ୍ୟ ବୀମା ଆଦି କାରୋବାରରେ ସାମିଲ ହେବ। ଏହାଛଡ଼ା ଅନେକ ନିବେଶକ ରିଲାଏନ୍ସ ରିଟେଲ ସହ ଯୋଡ଼ି ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ୩ ବର୍ଷରୁ କମ୍‌ ସମୟରେ ଏହାର ମୂଲ୍ୟାଙ୍କନ ଦୁଇଗୁଣା ହୋଇଛି ବୋଲି ସେ କହିଛନ୍ତି।

Share