Categories: ବାଣିଜ୍ୟ

‘ଦେଶରେ ୫-ଜି ନେଟ୍‌ୱର୍କରେ ଜିଓର ଭାଗ ୮୫%’

ଭୁବନେଶ୍ୱର,୩୦।୧୦: ଦେଶରେ ୫-ଜିର ଶୁଭାରମ୍ଭର ଗୋଟିଏ ବର୍ଷ ମଧ୍ୟରେ ରିଲାଏନ୍ସ ଜିଓ ମାଧ୍ୟମରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚତ୍ପାରିଛି। ବର୍ଷକ ମଧ୍ୟରେ ସେକେଣ୍ଡ ପ୍ରତି ଗୋଟିଏ ହାରରେ ରିଲାଏନ୍ସ ଜିଓ ଦେଶରେ ପ୍ରାୟ ୧୦ ଲକ୍ଷ ୫-ଜି ସେଲ୍‌ ସ୍ଥାପନ କରିଛି। ଦେଶର ମୋଟ ୫-ଜି ନେଟ୍‌ୱର୍କର ୮୫ ପ୍ରତିଶତ ରିଲାଏନ୍ସ ଜିଓ ସ୍ଥାପନ କରିଛି । ଇଣ୍ଡିଆ ମୋବାଇଲ କଂଗ୍ରେସକୁ ସମ୍ବୋଧିତ କରି ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ବିଷୟରେ ଆଲୋଚନାକରି ଆକାଶ କହିଛନ୍ତି, ଭାରତକୁ ହାଇଟେକ୍‌ ମାଧ୍ୟମରେ ଆତ୍ମନିର୍ଭର କରିବା ପାଇଁ ରିଲାଏନ୍ସ ଜିଓ ପ୍ରୟାସ କରୁଛି। ଜିଓର ପ୍ରତିଶତ ୫-ଜି ନେଟ୍‌ୱର୍କ ନିଜସ୍ବ ୫ଜି ଷ୍ଟାକ୍‌ରେ କାର୍ଯ୍ୟ କରୁଛି ଯାହାକୁ ସମ୍ପୂର୍ଣ୍ଣ ରୂପେ ଭାରତୀୟମାନେ ପ୍ରସ୍ତୁତ ଓ ବିକଶିତ କରିଛନ୍ତି। ୧୨ କୋଟିରୁ ଅଧିକ ୫-ଜି ଗ୍ରାହକଙ୍କ ସହ ବର୍ତ୍ତମାନ ୫-ଜି କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ ଦେଶ ମଧ୍ୟରୁ ଅନ୍ୟତମ ହୋଇପାରିଛି। ବିଶ୍ୱର ସବୁଠୁ ଉଚ୍ଚ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ବିଷୟରେ ଆଲୋଚନାକରି ଆକାଶ କହିଛନ୍ତି, ଔଦ୍ୟୋଗିକ ଶକ୍ତି ଜରିଆରେ ଆମେ ଏକ ଡିଜିଟାଲ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ସ୍ଥାପନ କରିବୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଉଛୁ ।
ଯାହା ଭାରତକୁ ଔଦ୍ୟୋଗିକ ଓ ସଂଯୋଗର ଶକ୍ତିରେ ସବୁଠୁ ସମୃଦ୍ଧ, ବୈଷୟିକ ଦୃଷ୍ଟିରୁ ଉନ୍ନତ, ଅନ୍ତର୍ଭୁକ୍ତ ଓ ସାମଞ୍ଜସ୍ୟପୂର୍ଣ୍ଣ ରାଷ୍ଟ୍ରରେ ପରିଣତ କରିବା ସ୍ବପ୍ନକୁ ସାକାର କରିବ । ଆଇଏମ୍‌ସିରେ ସମସ୍ତ ଯୁବ ଡିଜିଟାଲ ଉଦ୍ୟୋଗୀ, ଯୁବ ଡିଜିଟାଲ ନବସୃଜନକାରୀ ଓ ଯୁବ ଡିଜିଟାଲ ଷ୍ଟାର୍ଟଅପ୍‌ମାନଙ୍କ ତରଫରୁ ଭାରତର ଅମୃତ କାଳରେ ଏହି ସ୍ବପ୍ନ ସାକାର କରିବା ଲାଗି ପ୍ରୟାସ କରିବେ ବୋଲି ସେ କହିଛନ୍ତି।

Share