Categories: ବାଣିଜ୍ୟ

ବଜାରରେ ଜିଓ ଭାରତ ୪ଜି ଫୋନ୍‌

ଭୁବନେଶ୍ୱର,୭।୭:ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓର ନୂଆ ୪ଜି ଫିଚର ଫୋନ୍‌ ଜିଓ ଭାରତ ଭି୨କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷ କରି ଦେଶର କୋଟି କୋଟି ୨ଜି ଫୋନ୍‌ ବ୍ୟବହାରକାରୀଙ୍କୁ ଡିଜିଟାଲ୍‌ ମାଧ୍ୟମରେ ସଶକ୍ତ କରିବା ଏବଂ ୨ଜି ମୁକ୍ତ ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ ରିଲାଏନ୍ସ ଜିଓ ମାତ୍ର ୯୯୯ ଟଙ୍କାରେ ଏଭଳି ଏକ ଫିଚର ଫୋନକୁ ସର୍ବଭାରତୀୟ ଉନ୍ମୋଚନ କରିଥିଲା। ଉକ୍ତ ଅଭିଯାନକୁ ଆଗକୁ ବଢ଼ାଇବା ସହ ଜିଓ ଭାରତକୁ କମ୍ପାନୀ ଓଡ଼ିଶା ବଜାରରେ ଉପଲବ୍ଧ କରାଇବା ସହିତ ୩୦୦ ସହର ଓ ନଗର ୧୦,୦୦୦ ରୁ ଅଧିକ ଷ୍ଟୋର୍‌ ଓ ବିଭିନ୍ନ ମୋବାଇଲ ଦୋକାନରେ ପହଞ୍ଚତ୍ାଇଛି। ଉଲ୍ଲେଖଯୋଗ୍ୟ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ରାଜ୍ୟର ପ୍ରମୁଖ ସହର ଓ ନଗରର ଧାର୍ମିକ ସ୍ଥଳରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା ସହିତ ଉକ୍ତ ଫୋନ୍‌କୁ ଓଡିଶା ବଜାରରେ ଉନ୍ମୋଚନ କରାଇଛି। ଏହି ପରିପ୍ରେକ୍ଷୀରରେ ରାଜ୍ୟର ବିଭିନ୍ନ ସହର ଓ ନଗରରେ ବସବାସ କରୁଥିବା ସଫେଇ କର୍ମଚାରୀ, ରିକ୍ସା ଓ ଅଟୋଚାଳକ, ଫାଟକ ଜଗୁଆଳି,ମାଳୀ, ଗୃହସହାୟିକା, ଦିନମଜୁରିଆ, ବଢ଼େଇଙ୍କ ଭଳି ପ୍ରାୟ ୩୦୦ ରୁ ଅଧିକ ଆର୍ଥତ୍କ ଅନଗ୍ରସର ବ୍ୟକ୍ତିଙ୍କୁ ଜିଓ ଭାରତ ଭି୨ ଫୋନ୍‌ ପ୍ରଦାନ ସହ ସେମାନଙ୍କୁ ଡିଜିଟାଲ୍‌ ଭାବେ ସଶକ୍ତ କରାଯାଇଛି।

Share