Categories: ବାଣିଜ୍ୟ

ଜିଓ ମାର୍ଟ ଡିଜିଟାଲର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର ,୧୭।୧୦ ( ଅଭୟ ଦାଶ); ରିଲାଏନ୍ସ ରିଟେଲର ଅଗ୍ରଣୀ ବ୍ରାଣ୍ଡ୍‌ ‘ଜିଓ ମାର୍ଟ ଡିଜିଟାଲ’ର ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର ବାପୁଜୀ ନଗରଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଯୋଗ୍ୟ, ଜିଓ ମାର୍ଟ ଡିଜିଟାଲର ପ୍ରାଞ୍ଚାଇଜ ପାର୍ଟନର ଆରଜେଏସ ଏଣ୍ଟରପ୍ରାଇଜେସ୍‌ ପ୍ରାଇଭେଟ ଲିମିଟେଡ ଆନୁକୂଲ୍ୟରେ ଏହି ନୂତନ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ପୋଲିସ କମିଶନର ଏସ.କେ. ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଲାଏନ୍ସ ଜିଓ ମାର୍ଟର ଇଣ୍ଡିଆ ହେଡ-୧ ଗୌରବ ଟାଟିୟା, ରିଲାଏନ୍ସ ଜିଓ ମାର୍ଟ ଡିଜିଟାଲର ଷ୍ଟେଟ ହେଡ ଦେବାଶିଷ ମହାନ୍ତିଙ୍କ ସମେତ ଆରଜେଏସ ଏଣ୍ଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡର ଜୟ କୁମାର ସାଦାନୀ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷ କରି ୧୦୦୦ବର୍ଗ ଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି ଷ୍ଟୋରରେ ଦେଶର ସମସ୍ତ ବ୍ରାଣ୍ଡେଡ କମ୍ପାନୀର ଟିଭି,ଫ୍ରିଜ, ଓ୍ବାଶିଂମେଶିନ ସହିତ ଲାପଟପ, ମୋବାଇଲ ଫୋନ ଭଳି ସମସ୍ତ ଇଲୋକ୍ଟ୍ରୋନିକ୍ସ ଉତ୍ପାଦ ସୁଲଭ ଓ ଗୁଣାତ୍ମକ ମାନର ସାମଗ୍ରୀ ଉପଲବ୍ଧ। ଅପରପକ୍ଷରେ ବଜାଜ ଫାଇନାନ୍ସ,ଆଇଡିଏଫସି,ଏଚ୍‌ଡିବି,ଏଚ୍‌ଡିଏଫସି ବ୍ୟାଙ୍କ ଏବଂ ପେଟିଏମ ଭଳି ପ୍ରମୁଖ ଫାଇନାନ୍ସ କମ୍ପାନୀର ବୀମା ସୁବିଧା ଗ୍ରାହକମାନଙ୍କୁ ସର୍ବନିମ୍ନ ମୂଲ୍ୟରେ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଉକ୍ତ ଷ୍ଟୋରରେ ଜିଓ ମାର୍ଟର ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ସମସ୍ତ ଉତ୍ପାଦ ଅଫଲାଇନ (ଜିଓ ମାର୍ଟ ଡିଜିଟାଲ)ରେ ମିଳିବ।

Share