Categories: ବାଣିଜ୍ୟ

ଜିଓ-ନେଟ୍‌ଫ୍ଲିକ୍ସ ପ୍ରିପେଡ୍‌ ପ୍ଲାନ୍‌

ଭୁବନେଶ୍ୱର,୧୯।୮: ରିଲାଏନ୍ସ ଜିଓ ପକ୍ଷରୁ ନିକଟରେ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍‌ ଥିବା ୨ଟି ନୂଆ ଜିଓ-ନେଟ୍‌ଫ୍ଲିକ୍ସ ପ୍ରିପେଡ୍‌ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି। ୧୦୯୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକମାନଙ୍କୁ ଦୈନିକ ୨ଜିବି ହାଇ ସ୍ପିଡ୍‌ ଡାଟା ମିଳୁଥିବାବେଳେ ୧୪୯୯ଟଙ୍କିଆ ପ୍ଲାନ୍‌ରେ ପ୍ରତିଦିନ ୩ଜିବି ହାଇ ସ୍ପିଡ୍‌ ଡାଟା ମିଳିବ। ଏପରିକି ଉଭୟ ପ୍ଲାନ୍‌ର ବୈଧତା ୮୪ ଦିନ ସହ ଅସୀମିତ ଭଏସ୍‌ କଲ୍‌ର ସୁବିଧା ମଧ୍ୟ ରହିଛି। ତେବେ ପୂର୍ବରୁ ନିର୍ଦ୍ଦିଷ୍ଟ କେତେକ ଜିଓ ପୋଷ୍ଟପେଡ୍‌ ଓ ଜିଓ ଫାଇବର ପ୍ଲାନ୍‌ରେ ମଧ୍ୟ ନେଟ୍‌ଫ୍ଲିକ୍ସ ଉପଲବ୍ଧ ଥିଲାବେଳେ ପ୍ରଥମ ଥର ପାଇଁ ପ୍ରିପେଡ୍‌ ପ୍ଲାନ୍‌ ସହ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍‌ ଉପଲବ୍ଧ ହୋଇଛି। ସେହିଭଳି ବିଶ୍ୱରେ ପ୍ରଥମ ଥର ପାଇଁ ନେଟ୍‌ଫ୍ଲିକ୍ସକୁ ବଣ୍ଡ୍‌ଲଡ୍‌ ଟେଲିକମ୍‌ ପ୍ରିପେଡ୍‌ ପ୍ଲାନ୍‌ ଜରିଆରେ ଉନ୍ମୋଚନ କରାଯାଇଛି। ଏହା ସହ ଜିଓର ୪୦ କୋଟିରୁ ଅଧିକ ପ୍ରିପେଡ୍‌ ଗ୍ରାହକମାନଙ୍କୁ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍‌ ଥିବା ପ୍ଲାନ୍‌ ଚୟନ କରିବାର ସୁଯୋଗ ମିଳିବ। ଗ୍ରାହକମାନେ ମଧ୍ୟ କୌଣସି ସ୍ଥାନ ଓ ସମୟରେ ହଲିଉଡ୍‌ରୁ ନେଇ ବଲିଉଡ୍‌ ପର୍ଯ୍ୟନ୍ତ ଏବଂ ଆଞ୍ଚଳିକ ସିନେମା ଓ ଲୋକପ୍ରିୟ ଟିଭି ଶୋ’ ଆଦି ନେଟ୍‌ଫ୍ଲିକ୍ସ ଜରିଆରେ ଦେଖିପାରିବେ। ବିଶେଷକରି ଜିଓର ଅନ୍ୟ ପ୍ଲାନ୍‌ଗୁଡ଼ିକ ଭଳି ଏହି ୨ନୂଆ ପ୍ଲାନ୍‌କୁ ମଧ୍ୟ ଗ୍ରାହକମାନେ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ମାଧ୍ୟମରେ ରିଚାର୍ଜ କରିପାରିବେ। ଜିଓ ପ୍ଲାଟ୍‌ଫର୍ମସ୍‌ ଲିମିଟେଡ୍‌ର ସିଇଓ କିରଣ ଥୋମାସ୍‌ କହିଛନ୍ତି, କମ୍ପାନୀ ଗ୍ରାହକମାନଙ୍କ ଲାଗି ବିଶ୍ୱସ୍ତରୀୟ ସେବା ଆଣିବା ପାଇଁ ପ୍ରତିବଦ୍ଧ ରହିଛି। ଏପରିକି ଆମ ପ୍ରିପେଡ୍‌ ପ୍ଲାନ୍‌ ସହ ନେଟ୍‌ଫ୍ଲିକ୍ସ ବଣ୍ଡଲ୍‌କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ସେହିଭଳି ଆମର ସଂକଳ୍ପକୁ ପ୍ରଦର୍ଶିତ କରିବା ଦିଗରେ ଏହା ଏକ ଦୃଢ ପଦକ୍ଷେପ ହୋଇଥିବାବେଳେ ନେଟ୍‌ଫ୍ଲିକ୍ସ ଭଳି ବିଶ୍ୱସ୍ତରୀୟ ସହଯୋଗୀଙ୍କ ସହ ଆମର ସହଯୋଗିତା ମଧ୍ୟ ସୁଦୃଢ଼ ହୋଇଛି ଏବଂ ବାକି ଦୁନିଆ ଅନୁସରଣ କରିବା ଲାଗି ବ୍ୟାବହାରିକ ଉଦାହରଣ ଆମେ ପ୍ରସ୍ତୁତ କରୁଛୁ।

Share