ମୁମ୍ବାଇ,୧୮।୧୧:ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍ଲୋଡ୍ ଓ ଅପ୍ଲୋଡ୍ ସ୍ପିଡ୍ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ଟ୍ରାଇର ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍ଲୋଡ୍ ସ୍ପିଡ୍ ଅକ୍ଟୋବରରେ ୧.୨ ଏମ୍ବିପିଏସ୍ ବୃଦ୍ଧି ପାଇ ୨୦.୩ ଏମ୍ବିପିଏସ୍ରେ ପହଞ୍ଚତ୍ଛି। ଗତ ସେପ୍ଟେମ୍ବରରେ କମ୍ପାନୀର ୪ଜି ଡାଉନ୍ଲୋଡ୍ ସ୍ପିଡ୍ ୧୯.୧ଏମ୍ବିପିଏସ୍ ଥିଲା। ୨୦୨୨ ଅକ୍ଟୋବରରେ ଭାରତୀ ଏୟାରଟେଲ୍ର ହାରାହାରି ୪ଜି ଡାଉନ୍ଲୋଡ୍ ସ୍ପିଡ୍ ୧୫ଏମ୍ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ର ହାରାହାରି ୪ଜି ଡାଉନ୍ଲୋଡ୍ ସ୍ପିଡ୍ ୧୪.୫ ଏମ୍ବିପିଏସ୍ ଥିଲା ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।