Categories: ବାଣିଜ୍ୟ

୪୪ କୋଟି ଗ୍ରାହକଙ୍କୁ ଲାଭ: ପୁରା ୧ ବର୍ଷ ପାଇଁ ‘ଡିଜନୀ+ ହଟ୍‌ଷ୍ଟାର’ ମାଗଣା, ଅନ୍‌ଲିମିଟେଡ୍‌ ୫ଜି ବି…

ନୂଆଦିଲ୍ଲୀ,୨୮।୧୦: ଜିଓ ନିକଟରେ ୪୪ କୋଟି ବ୍ୟବହାରକାରୀଙ୍କ ବଡ଼ ୟୁଜରବେସ୍‌ ଅଛି। ଏହାଛଡ଼ା କମ୍ପାନୀ ନିକଟରେ ଗ୍ରାହକଙ୍କ ଲାଗି ଅନେକ ମନୋରଞ୍ଜନ ସମ୍ବନ୍ଧୀତ ପ୍ଲାନ୍‌ ରହିଛି। ଆଜି ଆମେ ଆପଣଙ୍କୁ ମାଗଣା ଡିଜନୀ+ ହଟ୍‌ଷ୍ଟାର ସବ୍‌ସ୍କ୍ରିପ୍‌ଶନ ଯୁକ୍ତ ପ୍ଲାନ ବିଷୟରେ କହିବୁ। ମୋଟ ୭(୬ ପ୍ରିପେଡ+୧ ଡାଟା ପ୍ୟାକ୍‌) ପ୍ଲାନ୍‌ରେ ଏହାର ସବ୍‌ସ୍କ୍ରିପ୍‌ଶନ ମିଳିଥାଏ। ଜାଣନ୍ତୁ ସବିଶେଷ:

-ଜିଓର ୩୧୭୮ ଟଙ୍କିଆ ପ୍ରିପେଡ ପ୍ଲାନ:
ଏହି ପ୍ଲାନ ୩୬୫ ଦିନ ଭାଲିଡିଟି ସହ ଆସେ। ଯେଉଁଥିରେ ଗ୍ରାହକଙ୍କୁ ପ୍ରତ୍ୟେହ ୨ ଜିବି ଡାଟା(ମୋଟ ୭୩୦ଜିବି ଡାଟା) ମିଳିଥାଏ। ଅନଲିମିଟେଡ କଲିଂ, ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ମିଳିଥାଏ। ଅତିରିକ୍ତ ଭାବେ ପ୍ଲାନରେ ୧ ବର୍ଷ ଯାଏ ଡିଜନୀ ପ୍ଲସ ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପ୍‌ଶନ ମିଳିଥାଏ। ଏହାଛଡ଼ା ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡର ମଧ୍ୟ ମାଗଣା ଆକ୍ସେସ ମିଳିଥାଏ। ପ୍ଲାନ ନେଲେ ଗ୍ରାହକ ଜିଓର ଅନଲିମିଟେଡ୍‌ ୫ଜି ଡାଟା ଲାଗି ମଧ୍ୟ ଯୋଗ୍ୟ ବିବେଚିତ ହେବେ। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

-ଜିଓର ୮୦୮ ଟଙ୍କିଆ ପ୍ଲାନ:
ଏହି ପ୍ଲାନ ୮୪ ଦିନ ଭାଲିଡିଟି ସହ ଆସିଥାଏ। ପ୍ରତ୍ୟେହ ୨ଜିବି ଡାଟା, ଅନଲିମିଟେଡ କଲିଂ, ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ରହିଛି। ଅତିରିକ୍ତ ସୁବିଧା ବିଷୟରେ କହିଲେ ପ୍ଲାନରେ ୯୦ ଦିନ ଯାଏ ଡିଜନୀ + ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପଶନ ମିଳିଥାଏ। ଏହାଛଡ଼ା ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍‌ର ସୁବିଧା ମଧ୍ୟ ରହିଛି। ପ୍ଲାନରେ ଗ୍ରାହକଙ୍କୁ ଜିଓର ଅନଲିମିଟେଡ ୫ଜି ଡାଟା ମଧ୍ୟ ମିଳୁଛି। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

-ଜିଓର ୭୫୮ ଟଙ୍କିଆ ପ୍ରିପେଡ ପ୍ଲାନ:
ଜିଓର ଏହି ପ୍ଲାନରେ ୮୪ ଦିନର ଭାଲିଡିଟି ମିଳିଥାଏ। ପ୍ରତ୍ୟେହ ୧.୫ଜିବି ଡାଟା, ଅନଲିମିଟେଡ କଲିଂ, ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ରହିଛି। ଅତିରିକ୍ତ ସୁବିଧା ବିଷୟରେ କହିଲେ ପ୍ଲାନରେ ୯୦ ଦିନ ଯାଏ ଡିଜନୀ + ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପଶନ ମିଳିଥାଏ। ଏହାଛଡ଼ା ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍‌ର ମାଗଣା ବ୍ୟବହାରର ଲାଭ ମଧ୍ୟ ଉଠାଯାଇପାରିବ। ପ୍ଲାନରେ ଗ୍ରାହକଙ୍କୁ ଜିଓର ଅନଲିମିଟେଡ ୫ଜି ଡାଟା ମଧ୍ୟ ମିଳୁଛି। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

-ଜିଓର ୩୮୮ ଟଙ୍କିଆ ପ୍ରିପେଡ ପ୍ଲାନ:
ଜିଓର ଏହି ପ୍ଲାନରେ ୨୮ ଦିନର ଭାଲିଡିଟି ମିଳିଥାଏ। ପ୍ରତ୍ୟେହ ୨ଜିବି ଡାଟା, ଅନଲିମିଟେଡ କଲିଂ, ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ରହିଛି। ଅତିରିକ୍ତ ସୁବିଧା ବିଷୟରେ କହିଲେ ପ୍ଲାନରେ ୯୦ ଦିନ ଯାଏ ଡିଜନୀ + ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପଶନ ମିଳିଥାଏ। ଏହାଛଡ଼ା ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍‌ର ମାଗଣା ବ୍ୟବହାରର ଲାଭ ମଧ୍ୟ ଉଠାଯାଇପାରିବ। ପ୍ଲାନରେ ଗ୍ରାହକଙ୍କୁ ଜିଓର ଅନଲିମିଟେଡ ୫ଜି ଡାଟା ମଧ୍ୟ ମିଳୁଛି। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

-ଜିଓର ୩୨୮ ଟଙ୍କିଆ ପ୍ରିପେଡ ପ୍ଲାନ:
ଜିଓର ଏହି ପ୍ଲାନରେ ୨୮ ଦିନର ଭାଲିଡିଟି ମିଳିଥାଏ। ପ୍ରତ୍ୟେହ ୧.୫ଜିବି ଡାଟା, ଅନଲିମିଟେଡ କଲିଂ, ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ରହିଛି। ଅତିରିକ୍ତ ସୁବିଧା ବିଷୟରେ କହିଲେ ପ୍ଲାନରେ ୯୦ ଦିନ ଯାଏ ଡିଜନୀ + ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପଶନ ମିଳିଥାଏ। ଏହାଛଡ଼ା ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍‌ର ମାଗଣା ବ୍ୟବହାରର ଲାଭ ମଧ୍ୟ ଉଠାଯାଇପାରିବ। ପ୍ଲାନରେ ଗ୍ରାହକଙ୍କୁ ଜିଓର ଅନଲିମିଟେଡ ୫ଜି ଡାଟା ମଧ୍ୟ ମିଳୁଛି। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

-ଜିଓର ୩୩୧ ଟଙ୍କିଆ ପ୍ରିପେଡ ପ୍ଲାନ:
ଜିଓର ଏହି ପ୍ଲାନରେ ୩୦ ଦିନର ଭାଲିଡିଟି ମିଳିଥାଏ। କେବଳ ଡାଟା ପ୍ୟାକ୍‌ ହେତୁ ୪୦ଜିବି ଡାଟା ସୁବିଧା ରହିଛି। ପ୍ଲାନରେ ୯୦ ଦିନ ଯାଏ ଡିଜନୀ + ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପଶନ ମିଳିଥାଏ। ଏହାଛଡ଼ା ଅନ୍ୟ କୌଣସି ସୁବିଧା ନାହିଁ। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

 

 

 

Share