Categories: ବାଣିଜ୍ୟ

ବଜାରରେ ଜିଓ ପ୍ରାଇମା ଫୋନ୍‌

ଭୁବନେଶ୍ୱର, ୯।୧୧: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଜିଓ ଫୋନ୍‌ ପ୍ରାଇମା ( ଜିଓ ପ୍ରାଇମା ଫୋନ୍‌)ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି କାଇ-ଓଏସ୍‌ ଆଧାରିତ ୪ଜି କି-ପ୍ୟାଡ୍‌ ସ୍ମାର୍ଟଫୋନ୍‌ ଜିଓ ପ୍ରାଇମ ଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହା କି-ପ୍ୟାଡ୍‌ ସ୍ମାର୍ଟଫୋନର ଏକ ସୁଲଭ ଏବଂ ଉନ୍ନତ ସଂସ୍କରଣ ହୋଇଥିବାବେଳେ ବଜାରରେ ଏହା ମାତ୍ର ୨୫୯୯ ଟଙ୍କାରେ ଉପଲବ୍ଧ। ୟୁଟ୍ୟୁବ୍‌, ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌, ଗୁଗଲ୍‌ ଭଏସ୍‌ ଆସିଷ୍ଟାଣ୍ଟ ପରି ସମସ୍ତ ସୁବିଧା ଓ ଫିଚର ବର୍ତ୍ତମାନ ଉକ୍ତ ଫୋନ୍‌ରେ ଉପଲବ୍ଧ। ସେହିଭଳି ଜିଓର ନୂତନ କି-ପ୍ୟାଡ୍‌ ସ୍ମାର୍ଟଫୋନର ଲୁକ୍‌ ଏବଂ ଡିଜାଇନ୍‌ ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ଜିଓ ପ୍ରାଇମା ଫୋନ୍‌ର ଡିଜାଇନ ବର୍ତ୍ତମାନ ବହୁ ବୋଲ୍ଡ ଏବଂ ପ୍ରିମିୟମ ଦେଖାଯାଉଛି। ଏପରିକି ୨.୪ଇଞ୍ଚର ଡିସ୍‌ପ୍ଲେ ସ୍କ୍ରିନ୍‌ ବହୁତ ଭଲ ପ୍ରଦର୍ଶନ ବା ଫଳାଫଳ ଦେଇଥାଏ। ଉକ୍ତ ସ୍ମାର୍ଟଫୋନ୍‌ରେ ୧୮୦୦ଏମ୍‌ଏଏଚ୍‌ର ଶକ୍ତିଶାଳୀ ବ୍ୟାଟେରି ସହ ଭିଡିଓ କଲିଂ ଏବଂ ଫଟୋଗ୍ରାଫି ପାଇଁ ଉକ୍ତ ମୋବାଇଲର ଉଭୟ ପାଶର୍‌ବରେ ଡିଜିଟାଲ କ୍ୟାମେରା ରହିଛି। ଏପରିକି ମୋବାଇଲର ପଛ ପଟରେ/ଭାଗରେ ଫ୍ଲାସ୍‌ ଲାଇଟ୍‌ ମଧ୍ୟ ଉପଲବ୍ଧ। ଉକ୍ତ ସ୍ମାର୍ଟଫୋନ୍‌ରେ ଜିଓ ଟିଭି, ଜିଓ ସିନେମା, ଜିଓ ସାଭନ୍‌ ଭଳି ପ୍ରିମିୟମ୍‌ ଡିଜିଟାଲ ସେବା ସହିତ ଜିଓ-ପେ ମାଧ୍ୟମରେ ୟୁପିଆଇ ପେମେଣ୍ଟ ମଧ୍ୟ କରାଯାଇପାରିବ। ସେହିପରି ଜିଓ ପ୍ରାଇମା ଫୋନ୍‌ ୨୩ଟି ଭାଷାକୁ ସମର୍ଥନ (ଏହା ୨୩ଟି ଭାରତୀୟ ଭାଷାରେ କାମ କରିପାରିବ) କରୁଛି। ବିଶେଷକରି ଚମକଦାର ରଙ୍ଗରେ ଆସୁଥିବା ଉକ୍ତ ସ୍ମାର୍ଟଫୋନ୍‌ ଦେଶର ପ୍ରମୁଖ ଖୁଚୁରା ଷ୍ଟୋର୍‌ ଏବଂ ରିଲାଏନ୍ସ ଡିଜିଟାଲ ଡଟ୍‌.ଇନ୍‌, ଜିଓମାର୍ଟ ଇଲେକ୍ଟ୍ରୋନିକ୍ସ ଏବଂ ଆମାଜନ ଭଳି ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ ମଧ୍ୟ କିଣାଯାଇପାରିବ। ଉଲ୍ଲେଖଯୋଗ୍ୟ, କମ୍ପାନୀର ସୂଚନା ଅନୁଯାୟୀ ଜିଓ ପ୍ରାଇମା ଫୋନ୍‌ କେବଳ ଏକ ମୋବାଇଲ୍‌ ଫୋନ୍‌ ନୁହେଁ ବରଂ ଏକ ଷ୍ଟାଇଲ୍‌ ବୋଲି କୁହାଯାଉଛି।

Share